ଅନୁଗୋଳ :କୋରୋନା ସତର୍କତା ନେଇ ଅନୁଗୋଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନରେ 4 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କୁହାଯାଇଛି।
କୋରୋନା ସତର୍କତା, ଅନୁଗୋଳରେ ଜାରି ହେଲା 144 ଧାରା - କୋରନା ପାଇଁ 144 ଧାରା
କୋରନା ପାଇଁ 144 ଧାରା । ସର୍ବସାଧାରଣ ସ୍ଥାନରେ 4 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଅଧିକ ପଢନ୍ତୁ ...
![କୋରୋନା ସତର୍କତା, ଅନୁଗୋଳରେ ଜାରି ହେଲା 144 ଧାରା corona fear in anugul](https://etvbharatimages.akamaized.net/etvbharat/prod-images/768-512-6434603-thumbnail-3x2-corona-jp.jpg)
କୋରୋନା ସତର୍କତା, ଅନୁଗୋଳରେ ଜାରି ହେଲା 144 ଧାରା
ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତେବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପାଇଁ ଦୋକାନ ଓ ବଜାର ଖୋଲା ରହିବ ତେଣୁ ଜିଲ୍ଲାବାସୀଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ