ଓଡିଶା

odisha

ETV Bharat / state

କରୋନା ସତର୍କତା: ଲୋକଙ୍କୁ ସଚେତନ କଲେ ବିଧାୟକ ଓ ସଚେତନ ନାଗରିକ - କରୋନା ଭାଇରସ୍ ନ୍ୟୁଜ

କରୋନା ସତର୍କତା ପାଇଁ ଅନୁଗୋଳ ଜିଲ୍ଲାରେ ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ରେଡ଼କ୍ରସ ସଂସ୍ଥା ଆଜି ଲୋକଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି ।

Corona awareness in anugul
କରୋନା ସତର୍କତା: ଲୋକଙ୍କୁ ସଚେତନ କଲେ ବିଧାୟକ ଓ ସଚେତନ ନାଗରିକ

By

Published : Mar 17, 2020, 7:04 PM IST

ଅନୁଗୋଳ: କରୋନା ସତର୍କତା ପାଇଁ ଅନୁଗୋଳ ଜିଲ୍ଲାରେ ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ ବହୁ ବେସରକାରୀ ଅନୁଷ୍ଠାନ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ମଧ୍ୟ ସମାନ ଭାବେ ଲୋକଙ୍କୁ ସଚେତନ କରାଇବାକୁ ଆଗେଇ ଆସିଛନ୍ତି ।

ମଙ୍ଗଳବାର ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଭିନ୍ନ ଜଙ୍ଗଲ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳକୁ ଯାଇ ଲୋକଙ୍କୁ କରୋନା ଠାରୁ କିଭଳି ରକ୍ଷା ପାଇପାରିବେ ସେ ନେଇ ବୁଝାଇଥିଲେ । କୌଣସି ସ୍ଥାନରେ ଏକତ୍ରିତ ନହେବା, ସାବୁନରେ ଭଲ କରି ହାତ ଧୋଇବା, ଥଣ୍ଡା କାଶ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଓ ଗୁଜବକୁ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଥିଲେ ଦେଇଥିଲେ ବିଧାୟକ । ସରକାରଙ୍କ ନିର୍ଦେଶ ମୁତାବକ ସବୁ ନିୟମକୁ ପାଳନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଆମେ ସଜାଗ ରହିଲେ କରୋନା ଭଳି ମାରାତ୍ମକ ଭୂତାଣୁ ଆମକୁ ସ୍ପର୍ଶ କରିପାରିବନାହିଁ । ତେଣୁ ନିଶ୍ଚିତ ଭାବେ ଏଥିପ୍ରତି ସଚେତନ ରହିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ।

କରୋନା ସତର୍କତା: ଲୋକଙ୍କୁ ସଚେତନ କଲେ ବିଧାୟକ ଓ ସଚେତନ ନାଗରିକ

ସେହିପରି ତାଳଚେର ରେଡ଼କ୍ରସ ସଂସ୍ଥା ତରଫରୁ ମଧ୍ୟ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ରେଳ ଷ୍ଟେସନ ଠାରେ ଅଟକ ଥିବା ସବୁ ଯାତ୍ରୀବାହୀ ଟ୍ରେନ ଗୁଡିକ ଭିତରେ ସଂସ୍ଥାର ସଦସ୍ୟ ମାନେ ପ୍ରବେଶ କରିଥିଲେ । ଏଥିସହ ଡ଼ାକବାଜି ଯନ୍ତ୍ର ଦ୍ବାରା ଯାତ୍ରୀ ମାନଙ୍କୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଏହାଛଡା କିଭଳି ଆମେ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବା ଏବଂ ନିଶ୍ଚିତ ଭାବେ ଭଲ କରି ସାବୁନରେ ହାତ ଧୋଇବା, ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ନମିଶିବା ଆଦି ପରାମର୍ଶ ଦେଇଥିଲେ । ବହୁ ଯାତ୍ରୀଙ୍କୁ ଫେସ ମାସ୍କ ବଣ୍ଟନ କରିବା ସହ ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ ବୁଝାଇଥିଲେ । ଦିନ ତମାମ ବିଭିନ୍ନ ଯାତ୍ରୀବାହୀ ଟ୍ରେନରେ ଯାଉଥିବା ଯାତ୍ରୀଙ୍କୁ ଏଭଳି ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details