ଅନୁଗୋଳ:ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ସମନ୍ୱୟ ଆବଶ୍ୟକ । ଏଥିପାଇଁ ଆଜି(ଶନିବାର) ସାରା ରାଜ୍ୟରେ ହାଇସ୍କୁଲଗୁଡିକରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହେଉଛି । ଅନୁଗୋଳ ଜିଲ୍ଲାରେ ମଧ୍ୟ ୨୪୮ଟି ହାଇସ୍କୁଲରେ ଏଭଳି ବୈଠକ ଅନୁଷ୍ଠିତ ହୋଇଥିଲା ।
ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରିବା ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ସମନ୍ୱୟ ବୈଠକ - ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ଉଦ୍ୟମ
ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରିବା ପାଇଁ ରାଜ୍ୟବ୍ୟାପୀ ହାଇସ୍କୁଲଗୁଡିକରେ ଶିକ୍ଷକ ଏବଂ ଅଭିଭାବକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଅନୁଗୋଳରେ ମଧ୍ୟ ଏକ ବୈଠକ କରାଯାଇଛି । ଅଧିକ ପଢନ୍ତୁ....
ସୂଚନା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ପରୀକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ହାଇସ୍କୁଲଗୁଡିକରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଅନୁଗୋଳର ସବୁ ସ୍କୁଲରେ ଶତାଧିକ ଅଭିଭାବକ ଯୋଗଦେଇ ଆଲୋଚନା କରିଥିଲେ । କୋରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ସ୍କୁଲଗୁଡିକ ବନ୍ଦ ରହିଥିଲା । ତେଣୁ ପିଲାଙ୍କ ପାଠପଢ଼ାରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ପିଲାମାନେ କେମିତି ଚାପମୁକ୍ତ ହୋଇ ପରୀକ୍ଷା ଦେଇପାରିବେ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାକି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଚଳିତ ବର୍ଷ ୩୦ ମାର୍କ କମ ପରୀକ୍ଷା କରାଯାଉଛି । ଆଉ ୮୦ମାର୍କ ପାଇଁ ୫୦ମାର୍କର ଅବଜେକ୍ଟିଭ ପ୍ରଶ୍ନ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସ୍କୁଲରେ ଶିକ୍ଷକମାନେ ପିଲାମାନଙ୍କୁ ସେହି ଅନୁସାରେ ଅଭ୍ୟାସ କରାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପିଲାମାନେ ଏଥର ନିଜ ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ