ଓଡିଶା

odisha

ETV Bharat / state

ଚାକିରି ସ୍ଥାୟିତ୍ବ ଦାବି, ସମବାୟ ବିଭାଗ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସମବାୟ ବିଭାଗର କାର୍ଯ୍ୟରତ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ । ପାଞ୍ଚ ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ରାଜ୍ୟ ସମବାୟ ବିଭାଗର କାର୍ଯ୍ୟ କରୁଥିବା କର୍ମଚାରୀ । ଅଧିକ ପଢନ୍ତୁ

By

Published : Nov 22, 2021, 4:49 PM IST

ଚାକିରୀ ସ୍ଥାୟିତ୍ବ ଦାବିରେ ସମବାୟ ବିଭାଗର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଚାକିରୀ ସ୍ଥାୟିତ୍ବ ଦାବିରେ ସମବାୟ ବିଭାଗର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଅନୁଗୋଳ: ସମବାୟ ବିଭାଗର କାର୍ଯ୍ୟରତ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ । ପାଞ୍ଚ ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ରାଜ୍ୟ ସମବାୟ ବିଭାଗର କାର୍ଯ୍ୟ କରୁଥିବା କର୍ମଚାରୀ । ସମଗ୍ର ରାଜ୍ୟରେ 2708 କର୍ମଚାରୀ ରହିଥିବା ବେଳେ ସେମାନଙ୍କ ସ୍ଥାନରେ ପୁଣି ନୂତନ କର୍ମଚାରୀ ନିଯୁକ୍ତି ପାଇଁ ସରକାର ଯୋଜନା କରୁଛନ୍ତି । ଯାହାର ପ୍ରତିବାଦ କରିଛି ଓଡ଼ିଶା ରାଜ୍ୟ ସମବାୟ କର୍ମଚାରୀ ମହାସଂଘ ।

ଚାକିରୀ ସ୍ଥାୟିତ୍ବ ଦାବିରେ ସମବାୟ ବିଭାଗର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଆଜି(ସୋମବାର) ସଂଘ ଡ଼ାକରାରେ ସମବାୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି କର୍ମଚାରୀ । ସେମାନେ ଦୀର୍ଘ ଦିନ ହେବ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନିଯୁକ୍ତିକୁ ସ୍ଥାୟୀ କରାନଯାଇ ସେମାନଙ୍କ ସ୍ଥାନରେ ସରକାର ଯେଉଁ ନୂତନ ପଦବୀ (CEO)ସୃଷ୍ଟି କରିବାକୁ ଯାଉଛନ୍ତି । ତାହା ଅଗଣତାନ୍ତ୍ରିକ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ (CO)ପଦବୀରେ ତୁରନ୍ତ ନିଯୁକ୍ତି ଓ ସରକାରୀ ଚାକିରି ମାନ୍ୟତା ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details