ଓଡିଶା

odisha

ETV Bharat / state

ଦୁର୍ଘଟଣାରେ ଛିଡିଲା ଟିଟିପିଏସର କଂଭର ବେଲ୍ଟ, କୋଇଲା ପରିବହନ ଠପ୍ - talcher accident

ତାଳଚେରରେ ଥିବା ଟିଟିପିଏସର କଂଭର ବେଲ୍ଟ ଛିଡ଼ି ଯିବାରୁ ପ୍ଲାଣ୍ଟକୁ କୋଇଲା ପରିବହନ ଠପ୍ । ଅଧିକ ପଢନ୍ତୁ...

ଦୁର୍ଘଟଣାରେ ଛିଡିଲା ଟିଟିପିଏସର କଂଭର ବେଲ୍ଟ, କୋଇଲା ପରିବହନ ଠପ୍
ଦୁର୍ଘଟଣାରେ ଛିଡିଲା ଟିଟିପିଏସର କଂଭର ବେଲ୍ଟ, କୋଇଲା ପରିବହନ ଠପ୍

By

Published : Jan 15, 2021, 6:18 AM IST

ଅନୁଗୋଳ: ତାଳଚେରରେ ଥିବା ଟିଟିପିଏସର କଂଭର ବେଲ୍ଟ ଛିଡ଼ି ଯିବାରୁ ପ୍ଲାଣ୍ଟକୁ କୋଇଲା ପରିବହନ ବନ୍ଦ ହୋଇଯାଇଛି । ଏକ ସଡକ ଦୁର୍ଘଟଣା ଯୋଗୁଁ କୋଇଲା ଖଣିରୁ ପ୍ଲାଣ୍ଟକୁ ଯାଉଥିବା କଂଭର ବେଲ୍ଟ ଛିଡ଼ି ଯାଇଛି । ଗୁରୁବାର ସନ୍ଧ୍ୟାରେ ତାଳଚେରରୁ ଏଫସିଆଇ ରାସ୍ତାର ଚାଳଗଡ କନଭେୟର ନିକଟରେ ଏହି ଦୁର୍ଘଟଣା ଘଟଛି ।

ଦୁର୍ଘଟଣାରେ ଛିଡିଲା ଟିଟିପିଏସର କଂଭର ବେଲ୍ଟ, କୋଇଲା ପରିବହନ ଠପ୍

ସୂଚନାଯୋଗ୍ୟ, ଓମ ନମଃ ଶିବାୟ ନାମକ ଏକ ଠିକା ସଂସ୍ଥା ନିଜର ଏକ ପକଲିଙ୍ଗ ମେସିନ ଟ୍ରଲର ସାହାଯ୍ୟରେ ଲୋଡ କରି ଏଫସିଆଇ ଆଡକୁ ଆସୁଥିବା ବେଳେ କଂଭର ସହ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଡ୍ରାଇଭରର କୌଣସି କ୍ଷତି ହୋଇ ନଥିବାବେଳେ ଗାଡି ଦୁଇଟି କଂଭର ତଳେ ରହି ଯାଇଥିବାରୁ ବେଲ୍ଟ ଛିଡ଼ି ଯାଇଥିଲା । ଫଳରେ ତାଳଚେର ଥର୍ମାଲକୁ କଂଭର ମାଧ୍ୟମରେ କୋଇଲା ଯୋଗାଣରେ ବାଧା ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଧିକାରୀମାନେ ପହଞ୍ଚି ଗାଡିଗୁଡିକୁ ବାହାର କରିବା ପାଇଁ ଉଦ୍ୟମ କରିବା ସହ କଂଭର ବେଲ୍ଟର ମରାମତି ବ୍ୟବସ୍ଥା କରୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details