ଅନୁଗୋଳ: ଶ୍ରମିକ ସଙ୍ଗଠନରେ ଦେଖାଦେଇଛି ବିବାଦ । ବିଭିନ୍ନ ପଦ ପଦବୀ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଛି ଟଣା ଓଟରା । ତଥାପି ପଦ ଛାଡୁନାହାନ୍ତି ପୂର୍ବତନ ସଭାପତି, ସମ୍ପାଦକ ଓ ଅନ୍ୟ ସଦସ୍ୟ । ଖାଲି ସେତିକି ନୁହେଁ ସଙ୍ଘ କାର୍ଯ୍ୟାଳୟକୁ ମଧ୍ୟ ତାଲା ପକାଇ ଦେଇଛନ୍ତି । ଏଭଳି ସ୍ଥିତି ନଜରକୁ ଆସିଛି ଅନୁଗୋଳ ନାଲକୋରେ BMS ସହ ସହ ବନ୍ଧିତ ଆଲୁମିନିୟମ ମଜଦୁର ସଙ୍ଘ ।
ଚଳିତ ବର୍ଷ ସଙ୍ଘର ନିୟମ ଅନୁସାରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । କିନ୍ତୁ ପୁରୁଣା କର୍ମକର୍ତ୍ତା ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରୁ ନଥିବା ନେଇ ଅଭିଯୋଗ ହୋଇଛି। ଏପରିକି କାର୍ଯ୍ୟାଳୟର ଚାବି ନିଜ ପାଖରେ ରଖିଛନ୍ତି । ଫଳରେ କାର୍ଯ୍ୟାଳୟରେ କୌଣସି କାମ ହୋଇ ପାରୁ ନାହିଁ । ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି ।