ଅନୁଗୋଳ: ଦ୍ବିତୀୟ ଦିନରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଠିକ ସମୟରେ ଦରମା, ଇପିଏଫ ଲାଗୁ, ସୁରକ୍ଷା ସରଞ୍ଜାମ ଆଦି ଯୋଗାଇ ଦେବା ଭଳି ଚାରି ଦଫା ଦାବି ନେଇ ଅଡି ବସିଛନ୍ତି ଆନ୍ଦୋଳନକାରୀ । ଭାରିଜଳ କାରଖାନା ସମ୍ମୁଖରେ ଦେଇଛନ୍ତି ଧାରଣା । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
ଦ୍ବିତୀୟ ଦିନରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ - contractual employees protest in angul
ଠିକା କର୍ମଚାରୀଙ୍କୁ ମିଳୁନି ଦରମା । ଅଭିଯୋଗ କଲେ ସଂସ୍ଥା ଛଟେଇ ଭୟ ଦେଖାଉଥିବା ଅଭିଯୋଗ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଆନ୍ଦୋଳନକାରୀଙ୍କ ଅଭିଯୋଗ, ଦରମା ଦେଉନାହିଁ ଠିକା ସଂସ୍ଥା । ଅଭିଯୋଗ କଲେ ଚାକିରୀରୁ ଛଟେଇ କରିଦେବାର ଭୟ ଦେଖାଉଛି । ଅନୁଗୋଳ ତାଳଚେର ବିକ୍ରମପୁରଠାରେ ଭାରତ ସରକାରଙ୍କ ପରମାଣୁ ବିଭାଗ ଅଧୀନରେ ଥିବା ଭାରିଜଳ କାରଖାନାରେ ଦେଖାଦେଇଛି ଏପରି ଅବସ୍ଥା । ଏଠାରେ ଠିକା ସଂସ୍ଥା ଅଧୀନରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଠିକା ସଂସ୍ଥା ଠିକରେ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଏପରିକି ଏନେଇ କାରଖାନା କର୍ତ୍ତୃପକ୍ଷ ମଧ୍ୟ କିଛି ଶୁଣୁନାହାଁନ୍ତି । ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ