ଅନୁଗୋଳ: କୋଭିଡ କଟକଣାରେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ନିର୍ମାଣ ଶ୍ରମିକ । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ନ୍ୟାୟ ଦେବା ଦାବିରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ନିର୍ମାଣ ଶ୍ରମିକ ସମନ୍ୱୟ କମିଟି ।
ନିର୍ମାଣ ଶ୍ରମିକଙ୍କ ହକ ଦାବିରେ ଶ୍ରମ ସଂସ୍ଥାପକ କାର୍ଯ୍ୟାଳୟ ଘେରାଉ - ଅନୁଗୋଳ ଖବର
ନିର୍ମାଣ ଶ୍ରମିକଙ୍କ ହକ ଦାବିରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ନିର୍ମାଣ ଶ୍ରମିକ ସମନ୍ୱୟ କମିଟି । ଏହାସହ କମିଟି ସଦସ୍ୟ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
![ନିର୍ମାଣ ଶ୍ରମିକଙ୍କ ହକ ଦାବିରେ ଶ୍ରମ ସଂସ୍ଥାପକ କାର୍ଯ୍ୟାଳୟ ଘେରାଉ ନିର୍ମାଣ ଶ୍ରମିକଙ୍କ ହକ ଦାବିରେ ଶ୍ରମ ସଂସ୍ଥାପକ କାର୍ଯ୍ୟାଳୟ ଘେରାଉ](https://etvbharatimages.akamaized.net/etvbharat/prod-images/768-512-9113897-334-9113897-1602248719221.jpg)
ନିର୍ମାଣ ଶ୍ରମିକଙ୍କ ହକ ଦାବିରେ ଶ୍ରମ ସଂସ୍ଥାପକ କାର୍ଯ୍ୟାଳୟ ଘେରାଉ
ନିର୍ମାଣ ଶ୍ରମିକଙ୍କ ହକ ଦାବିରେ ଶ୍ରମ ସଂସ୍ଥାପକ କାର୍ଯ୍ୟାଳୟ ଘେରାଉ
ଶୁକ୍ରବାର କମିଟିର ସଦସ୍ୟମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଅନୁଗୋଳ ଜିଲ୍ଲା ଶ୍ରମ ସଂସ୍ଥାପକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହା ସହ ଶ୍ରମ ବିଭାଗ ନିର୍ମାଣ ଶ୍ରମିକମାନଙ୍କ ପ୍ରତି କରିଥିବା ଅନ୍ୟାୟର ପ୍ରତିବାଦ କରିଥିଲେ । କୋଭିଡ ସମୟରେ ନିର୍ମାଣ ଶ୍ରମିକମାନଙ୍କୁ ସରକାର ଯୋଗାଇଥିବା ସୁବିଧା ଶ୍ରମ ବିଭାଗ ଯୋଗାଇନଥିବା ଅଭିଯୋଗ ଆଣିଛନ୍ତି । ତେବେ ଶ୍ରମିକ ସଙ୍ଗଠନ ଦୀର୍ଘ ସମୟରେ ଧରି ଏନେଇ ପ୍ରତିବାଦ ଓ ବିକ୍ଷୋଭ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ