ଅନୁଗୋଳ: ୨୦୦୨ରେ ବାପା କେନ୍ଦ୍ରରେ ମନ୍ତ୍ରୀ ଥିବାବେଳ ଅନୁଗୋଳ ଜିଲ୍ଲାରେ ଥିବା FCI ସାର କାରଖାନା ବନ୍ଦ କରାଇ ଥିଲେ । ଆଉ ଏବେ ତାଙ୍କ ପୁଅ କେନ୍ଦ୍ରରେ ମନ୍ତ୍ରୀ ଥାଇ ଟିଟିପିଏସ ପାୱାର ପ୍ଲାଣ୍ଟକୁ ବନ୍ଦ କରାଇଛନ୍ତି । ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ ।
ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ସଭାପତି ଅନୁଗୋଳ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି। ଗୋଟିଏ ପଟେ ଗତ ମାସ ୩୧ ତାରିଖରୁ ଟିଟିପିଏସ ପ୍ଲାଣ୍ଟକୁ ବନ୍ଦ କରାଯିବା ବଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ ଦାବିରେ ଚାଲିଛି ଶ୍ରମିକ ଆନ୍ଦୋଳନ।