ଅନୁଗୋଳ:ଅହେତୁକ ତୈଳ ଦର ବୃଦ୍ଧି ନେଇ ଚାରିଆଡେ ପ୍ରତିବାଦର ସ୍ବର । ତୈଳ ଦର ବୃଦ୍ଧି ନେଇ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଛି । ପ୍ରତିବାଦ କରି ପେଟ୍ରୋଲ ଟାଙ୍କିରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରରେ କଳା ବୋଲିଲେ କଂଗ୍ରେସ କର୍ମୀ ।
ବଢୁଥିବା ତୈଳ ଦର ସାଧାରଣ ଜନତାଙ୍କୁ ବ୍ୟତିବ୍ୟସ୍ତ କରିଛି। ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଜିଲ୍ଲା ଛାତ୍ର କଂଗ୍ରେସ । ଦିନକୁ ଦିନ ତେଲ ଦର ବୃଦ୍ଧିରେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଲ ଦର 50ରୁ 60ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା 100ଟଙ୍କା ପାଖାପାଖି ପହଞ୍ଚିଛି । ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପେଟ୍ରୋଲର ଦାମ ବଢିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଜିଲ୍ଲା ଛାତ୍ର କଂଗ୍ରେସ ।