ଓଡିଶା

odisha

By

Published : Feb 6, 2021, 7:29 PM IST

ETV Bharat / state

ଅନୁଗୋଳରେ କଂଗ୍ରେସରେ ସାମିଲ ହେଲେ ଏକାଧିକ ବିଜେଡି-ବିଜେପି କର୍ମୀ

ବିଜେପି ଓ ବିଜେଡି ପ୍ରତି ବିମୁଖ ହେଉଛନ୍ତି କର୍ମୀ । ଅନୁଗୋଳରେ କଂଗ୍ରେସରେ ସାମିଲ ହେଲେ ଏକାଧିକ କର୍ମୀ । ଅଧିକ ପଢନ୍ତୁ....

congress misran parba held in anugul
ବିଜେପି ଓ ବିଜେଡି ପ୍ରତି ବିମୁଖ ହେଉଛନ୍ତି କର୍ମୀ

ଅନୁଗୋଳ :ବିଜେପି ଓ ବିଜେଡି ପ୍ରତି ବିମୁଖ ହେଉଛନ୍ତି କର୍ମୀ । ଏହି ଦୁଇ ଦଳ ଛାଡ଼ି ଏବେ କଂଗ୍ରେସର ହାତ ଧରୁଛନ୍ତି ଏକାଧିକ କର୍ମୀ । ଅନୁଗୋଳ ଜିଲ୍ଲା କଂଗ୍ରେସରେ ଆଜି(ଶନିବାର) ସାମିଲ ହୋଇଛନ୍ତି ବହୁ ନେତା ଓ କର୍ମୀ। ଛେଳିଆପଡା ପଞ୍ଚାୟତର ବହୁ କର୍ମୀ ବିଜେପି ଓ ବିଜେଡି ଛାଡି ଆସି କଂଗ୍ରେସରେ ଯୋଗ ଦେଇଛନ୍ତି ।

ବିଜେପି ଓ ବିଜେଡି ପ୍ରତି ବିମୁଖ ହେଉଛନ୍ତି କର୍ମୀ

ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁଙ୍କ ଉପସ୍ଥିତିରେ ସେମାନଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା। ଗୋଟେପଟେ ଛେଳିଆପଡାରେ ସରପଞ୍ଚ ପଦ ପାଇଁ ଉପ ନିର୍ବାଚନ ଚାଲିଥିବାବେଳେ ବିଜେପି ଓ ବିଜେଡ଼ିର ନେତା ଓ କର୍ମୀ ଦଳ ଛାଡି କଂଗ୍ରେସରେ ମିଶିବା ସହ କଂଗ୍ରେସର ମନୋବଳକୁ ଆହୁରି ବଢ଼ାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details