ଅନୁଗୋଳ: ଜିଲାର ଆଠମଲ୍ଲିକ ଓ ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ନେତା । ଏହାପରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା । ଏଥିରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ବିଜୟା ନନ୍ଦ ଚାଉଳିଆ, ଜିତେନ୍ଦ୍ର ସାହୁ, ଅକ୍ଷୟ ସାମନ୍ତଙ୍କ ସମେତ ବହୁ ପୁରୁଖା ନେତା ଅଂଶ ଗ୍ରହଣ କରିଥିଲେ।
କଂଗ୍ରେସର ଆକଳନ ଅନୁସାରେ ଆଠମଲ୍ଲିକ ଓ ଟିକରପଡା ଅଞ୍ଚଳରେ ପ୍ରାୟ ୨ ହଜାର ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଛି। ଶହ ଶହ ଘର ଭାଙ୍ଗିଛି । ହେଲେ ୧୦ ଦିନ ପରେ ମଧ୍ୟ ପ୍ରଶାସନ ଏହାର ଆକଳନ କରିପାରି ନାହିଁ ବୋଲି କହିଛି କଂଗ୍ରେସ।