ଓଡିଶା

odisha

ETV Bharat / state

ଆଠମଲ୍ଲିକ ଆସନ ପାଇଁ 3 ଦଳଙ୍କ ପ୍ରାର୍ଥୀପତ୍ର ଦାଖଲ - Nomination filed

କଂଗ୍ରେସ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ, ବିଜେଡି ପ୍ରାର୍ଥୀ ରମେଶ ସାଏ ଓ ବିଜେପି ପ୍ରାର୍ଥୀ ଭାଗିରଥି ପ୍ରଧାନ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଅନୁଗୋଳ

By

Published : Apr 3, 2019, 10:09 PM IST

ଅନୁଗୋଳ: ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ରମେଶ ସାଏ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ସମର୍ଥକଙ୍କ ସହ ଆସି ଆଜି(ବୁଧବାର) ଆଠମଲ୍ଲିକ ରିଟର୍ନିଙ୍ଗ ଅଫିସରଙ୍କ ନିକଟରେ ନିଜର ନାମାଙ୍କନ ଭରିଛନ୍ତି । ଏଠାକାର ୨୦ ବର୍ଷର ବିଧାୟକ ସଂଜୀବ ସାହୁଙ୍କ ଟିକେଟ କାଟି ଦଳ ତାଙ୍କୁ ପ୍ରାର୍ଥୀ କରିଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଅନୁଗୋଳ

ସେହିପରି କଂଗ୍ରେସ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ ମଧ୍ୟ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଜିଲ୍ଲା ବିଜେପି ସଭାପତି ଓ ଆଠମଲ୍ଲିକ ବିଜେପି ପ୍ରାର୍ଥୀ ଭାଗିରଥି ପ୍ରଧାନ ମଧ୍ୟ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ସବୁ ନେତା ଅଞ୍ଚଳର ବିକାଶ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।


ସେପଟେ ପାଲଲହଡା ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସର ସୁବ୍ରତ ଗଡନାୟକ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ସୁବ୍ରତ ଶୋଭାଯାତ୍ରାରେ ଆସି ପାଲଲହଡା ଉପଜିଲ୍ଲାପାଳଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ସ୍ଵାଧୀନ ପ୍ରାର୍ଥୀ ଭାବେ ସନ୍ଦୀପ ପ୍ରଧାନ ମଧ୍ୟ ପାଲଲହଡାରେ ନିଜ ନାମାଙ୍କନ ଦାଖଲ କରିଛନ୍ତି । ସେ ବିଜେଡିର ଅସନ୍ତୁଷ୍ଟପ୍ରାର୍ଥୀ ବୋଲି କୁହାଯାଉଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ନ୍ୟୁଜ

For All Latest Updates

ABOUT THE AUTHOR

...view details