ଓଡିଶା

odisha

ETV Bharat / state

କୋରୋନା ମୁକାବିଲାରେ ବିଫଳ ଅନୁଗୋଳ ଜିଲ୍ଲା ପ୍ରଶାସନ: କଂଗ୍ରେସ - କୋରୋନା ମୁକାବିଲା

କୋରୋନା ମୁକାବିଲା ନେଇ ଅନୁଗୋଳ ଜିଲ୍ଲା ପ୍ରଶାସନକୁ ଜିଲ୍ଲା କଂଗ୍ରେସ ଟାର୍ଗେଟ କରିଛି ।

anugul
କୋରୋନା ମୁକାବିଲାରେ ବିଫଳ ଅନୁଗୋଳ ଜିଲା ପ୍ରଶାସନ

By

Published : Jul 2, 2020, 11:49 AM IST

Updated : Jul 2, 2020, 4:13 PM IST

ଅନୁଗୋଳ: କଂଗ୍ରେସ ଟାର୍ଗେଟରେ ଜିଲ୍ଲା ପ୍ରଶାସନ । କୋରୋନା ମୁକାବିଲା ନେଇ ଅନୁଗୋଳ ଜିଲା ପ୍ରଶାସନକୁ ଜିଲ୍ଲା କଂଗ୍ରେସ ଟାର୍ଗେଟ କରିଛି ।

କୋରୋନା ମୁକାବିଲାରେ ବିଫଳ ଅନୁଗୋଳ ଜିଲ୍ଲା ପ୍ରଶାସନ

ଅନୁଗୋଳ ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଜିଲା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି କୋଭିଡ ମ୍ୟାନେଜମେଣ୍ଟରେ ଜିଲ୍ଲା ପ୍ରଶାସନ ବିଫଳ ବୋଲି ଦର୍ଶାଇବା ସହ ଶିଳ୍ପ ସଂସ୍ଥା ମାନଙ୍କରେ ବଢ଼ୁଥିବା କୋରୋନା ରୋଗୀଙ୍କ ଉପରେ ପ୍ରଶାସନ କଟକଣା ରଖୁନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଗତ କିଛିଦିନ ହେବ ଅନୁଗୋଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଶିଳ୍ପ ସଂସ୍ଥାର ଲୋକେ କୋରୋନା ଆକ୍ରାନ୍ତ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ହୋଇଛି ।

ଯେଉଁଭଳି ଭାବରେ ନାଲକୋର ଡିଜିଏମ କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ଓ ତାଙ୍କ କଣ୍ଟାକ୍ଟରେ ପ୍ରାୟ ୫୦୦ରୁ ଅଧିକ ଲୋକ ଆସିଛନ୍ତି । ନାଲକୋ କେବଳ ତା ନିଜ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା ପାଇଁ ବ୍ୟବସ୍ଥା କରୁଥିବା ବେଳେ ଅନ୍ୟ ଲୋକଙ୍କ କଥା ବିଚାରକୁ ନେଉନାହିଁ । ତାକୁ ନେଇ ଶିଳ୍ପ ସଂସ୍ଥାର ଦାୟିତ୍ୱ ବୋଧ ଉପରେ କଂଗ୍ରେସ ପ୍ରଶ୍ନ କରିଛି।

ପ୍ରଶାସନ ଶିଳ୍ପ ସଂସ୍ଥା ଉପରେ ଅଙ୍କୁଶ ଲଗାନ୍ତୁ । ତାଙ୍କ କର୍ମଚାରୀ ତାଙ୍କ କ୍ୟାମ୍ପସ ମଧ୍ୟରେ ରୁହନ୍ତୁ ଏବଂ ସର୍ବସାଧାରଣରେ ନବୁଲନ୍ତୁ । ଯଦି ଏହା ନହୁଏ ତେବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଧମକ ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 2, 2020, 4:13 PM IST

ABOUT THE AUTHOR

...view details