ଓଡିଶା

odisha

ETV Bharat / state

ଦୋଳ ମେଳଣ ବେଳେ ଗୋଷ୍ଠୀ ସଂଘର୍ଷ

ସୁବର୍ଣ୍ଣପୁର ଗାଁରେ ଦୋଳ ମେଳଣ ଶୋଭାଯାତ୍ରା ଚାଲିଥିଲା ବେଳେ 2 ଗୋଷ୍ଠୀ ମଧ୍ୟରେ ହାତାହାତି । ଏଥିରେ 6ଜଣ ଆହାତ ହୋଇଛନ୍ତି ।

By

Published : Mar 22, 2019, 3:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଅନୁଗୋଳ

ଅନୁଗୋଳ: ଦୋଳ ମେଳଣ ବେଳେ 2 ଗୋଷ୍ଠୀ ମଧ୍ୟରେ ହାତାହାତି। ହାତାହାତିରେ 6ଜଣ ଆହାତ ହୋଇଛନ୍ତି। ତେବେ ଆହତମାନଙ୍କୁ ଚିକିତ୍ସାନିମନ୍ତେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଅନୁଗୋଳ

ସୂଚନାଥାଉକି, ନିଶା ଶିଳ୍ପାଞ୍ଚଳଥାନା ସୁବର୍ଣ୍ଣପୁର ଗାଁରେ ଦୋଳ ମେଳଣ ଶୋଭାଯାତ୍ରା ଚାଲିଥିଲା ବେଳେ ଦାସ ଆଉ ପରିଡା ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବାଡି ଓ ଲୁହା ଛଡରେ ମାଡ ମରାମରି ହୋଇଥିଲେ । ତେବେ ଏନେଇ ଏକ ଲିଖିତ ଅଭିଯୋଗ ନିଶା ଥାନାରେ ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details