ଓଡିଶା

odisha

ETV Bharat / state

କୋଭିଡ କେୟାର ସେଣ୍ଟରର ଅସଲ ଚିତ୍ର: ଚିକିତ୍ସା ପାଇଁ ଆସୁନାହାଁନ୍ତି ଡାକ୍ତର, 2ଦିନ ପଡୁଛି ମୃତଦେହ - କୋଭିଡ ସେଣ୍ଟର

ତାଳଚେର ସ୍ଥିତ ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା କୋଭିଡ କେୟାର ସେଣ୍ଟରରେ ରୋଗୀଙ୍କୁ ସଠିକ ଭାବେ ସ୍ବାସ୍ଥ୍ୟ ସେବା ସହ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ
କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ

By

Published : May 19, 2021, 10:07 PM IST

ଅନୁଗୋଳ: ଜିଲ୍ଲାର ତାଳଚେର ସ୍ଥିତ ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା । ଅଭିଯୋଗରେ ଶତାଧିକ ରୋଗୀଙ୍କ ଧାରଣା । ଧାରଣା ଦେଇଥିବା ରୋଗୀମାନେ ଅଭିଯୋଗ କରିଛନ୍ତିଯେ, ସେମାନଙ୍କୁ ଆଣି ସେଠାରେ କେବଳ ରଖିଦିଆଯାଇଛି । ଖାଇବାକୁ ସଠିକ ସମୟରେ ଦିଆଯାଉନାହିଁ । ଜଣେ କେହି କର୍ମଚାରୀ ଔଷଧ ଆଣି ଫୋପାଡ଼ି ଦେଇ ଚାଲି ଯାଇଛନ୍ତି । ଔଷଧ କେମିତି କେତେବେଳେ ଖାଇବେ ସେନେଇ କିଛି କହୁ ନାହାନ୍ତି । ପରିମଳ ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ।

କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ

ଏହାସହ ପାନୀୟ ଜଳର ସୁବିଧା ନାହିଁ । ଏଠାରେ ରହୁଥିବା ରୋଗୀମାନେ ସୁସ୍ଥ ହେବା ପରିବର୍ତ୍ତେ ଆହୁରି ଅସୁସ୍ଥ ହୋଇ ପଡୁଛନ୍ତି । ଏଠାରେ ମୃତଦେହ ଦୁଇ ଦିନ ହେଲା ପଡି ରହିଥିଲେ ମଧ୍ୟ କେହି ଆସି ଉାଠାଉନାହାନ୍ତି । ଏଠାରେ କୌଣସି ପ୍ରକାର ସୁବିଧା ନାହିଁ । ଖବରପାଇ ଅନୁଗୋଳ ସିଡିଏମଓ ନିଜେ ଯାଇ ସେମାନଙ୍କୁ ବୁଝାସୁଝା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଂଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details