ଓଡିଶା

odisha

ETV Bharat / state

ଜବରଦଖଲ କବଜାରେ ସରକାରଙ୍କ ସୂଚନା କେନ୍ଦ୍ର, ଇ-ଲାଇବ୍ରେରୀ ପାଇଁ ପଡିରହିଛି ଟଙ୍କା - complain about that CESU

ଦୀର୍ଘ 10 ବର୍ଷ ହେବ ସୂଚନା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁରୁଣା ଯାଗାରେ ଜିଲ୍ଲାର ପ୍ରଥମ ଇ-ଲାଇବ୍ରେରୀ ସ୍ଥାପନ ପାଇଁ 35 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମାତ୍ର ବାଧକ ସାଜିଛି ଜବରଦଖଲ । ଆଗକୁ ପଢନ୍ତୁ...

CESU grabbing land
ସେସୁର ଜବରଦଖଲ

By

Published : Feb 9, 2020, 4:43 PM IST

ଅନୁଗୋଳ: ଭଲ କରି ଦେଖନ୍ତୁ ଏହି ଭଙ୍ଗା ଦଦରା ଘରକୁ । ଘର ତ ନୁହେଁ ବରଂ କେତୋଟି ଇଟା ଖଣ୍ଡ । ପୁଣି ଅଳିଆ ଆବର୍ଜନା ସହ ସେସୁର ବଡ ବଡ ଟ୍ରାନ୍ସଫର୍ମର । ଦିନ ଥିଲା ଏଠାରେ ସରକାରଙ୍କ ସୂଚନା କେନ୍ଦ୍ର ଥିଲା ମାତ୍ର ଏବେ ଜବରଦଖଲକାରୀଙ୍କ ଆଡ୍ଡାସ୍ଥଳୀ । ଦୀର୍ଘ 10 ବର୍ଷ ହେବ ସୂଚନା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁରୁଣା ଯାଗାରେ ଜିଲ୍ଲାର ପ୍ରଥମ ଇ-ଲାଇବ୍ରେରୀ ସ୍ଥାପନ ପାଇଁ 35 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମାତ୍ର ଇ-ଲାଇବ୍ରେରୀ କଥା ଛାଡନ୍ତୁ ଆଜିଯାଏଁ ତାହାକୁ ପୁନରଦ୍ଧାର କରାଯାଇନାହିଁ ଆଉ ତାହାର କାରଣ, ଜବରଦଖଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଅନୁଗୋଳ ସହର ମଧ୍ୟରେ ବଜାର ଛକରେ ପ୍ରଥମେ ସୂଚନା କେନ୍ଦ୍ର ଥିଲା । ମାତ୍ର ସ୍ଥାନାନ୍ତରଣ ପରେ ସେଠାରେ ବିତ୍ତଶାଳୀ ବ୍ୟକ୍ତିଙ୍କ ଜବରଦଖଲ । ସେସୁ ନିଜର ବ୍ୟକ୍ତିଗତ ଟ୍ରାନ୍ସଫର୍ମର୍ ଲଗାଇ କିଛି ପ୍ରାଇଭେଟ ବ୍ୟବସାୟୀଙ୍କୁ ବିଦ୍ୟୁତ ଯୋଗାଉଛି । ପ୍ରାୟ 12 ଡେସିମିଲ ଜମିକୁ ଜବରଦଖଲ କରାଯାଇଛି । ଫଳରେ ଲୋକଙ୍କ ହିତ ପାଇଁ ନିର୍ମାଣ ହେବାକୁ ଥିବା ଇ-ଲାଇବ୍ରେରୀ ବର୍ତ୍ତମାନ ଆଶଙ୍କା ମଧ୍ୟରେ । ଇ-ଲାଇବ୍ରେରୀ ନିର୍ମାଣ ପାଇଁ ଏମସିଏଲ ପକ୍ଷରୁ 27 ଲକ୍ଷ ଟଙ୍କା ମଧ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଛି ମାତ୍ର ବାଧକ ସାଜୁଛି ଜବରଦଖଲ ।ତେବେ ବିଦ୍ୟୁତ ଅଧିକାରୀ ଏହି ସମସ୍ତ ବିଷୟରେ ଜାଣି ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛନ୍ତି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ । ଏନେଇ ଆମ ସମ୍ବାଦଦାତା ସେସୁ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ସୁଦ୍ଧା କ୍ୟାମେରା ସାମ୍ନାରେ କିଛି କହିବାକୁ ସେ ମନା କରିଦେଇଥିଲେ ।ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details