ଓଡିଶା

odisha

By

Published : Jul 30, 2019, 9:48 PM IST

ETV Bharat / state

ଭରତପୁର କୋଇଲା ଖଣି ଦୁର୍ଘଟଣା: ମୃତକଙ୍କ ପରିବାରକୁ 5ଲକ୍ଷ ଟଙ୍କା ସହାୟତା ରାଶି

ଭରତପୁର କୋଇଲା ଖଣି ଦୁର୍ଘଟଣାର ଶିକାର ହୋଇଥିବା ମୃତକଙ୍କ ପରିବାରକୁ ମିଳିଛି ସହାୟତା ରାଶି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପରିବାରକୁ ଭେଟିବା ସହ 5 ଲକ୍ଷଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: କୋଇଲା ଖଣି ମାଟି ଦବି ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଏହାସହ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି । ମନ୍ତ୍ରୀ ପ୍ରଥମେ ଜିଲ୍ଲାରେ ପହଞ୍ଚି ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ସହ ମୃତକଙ୍କ ପରିବାର ସହ ସାକ୍ଷାତକାର କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତେବେ ଆଗାମୀ ଦିନରେ ଶ୍ରମିକମାନେ କିପରି ସୁରକ୍ଷିତ ଭାବେ କାର୍ଯ୍ୟ କରିପାରବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ପ୍ରକାଶଥାଉକି, ଗତ ମଙ୍ଗଳବାର ଭରତପୁର କୋଇଲା ଖଣିରେ ମାଟି ଧସି ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସୁରକ୍ଷାଗାର୍ଡ ରମେଶ ଦାସ ଓ ପମ୍ପ ଖଲାସି ରାଜକିଶୋର ମହାପାତ୍ର ଓ ଡ୍ରାଇଭର ପୁପୁନ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷେ ସୁରକ୍ଷା ଗାର୍ଡ ରମେଶ ଦାସଙ୍କ ମୃତ ଶରୀର ମିଳିପାରିନାହିଁ । କେବଳ ପୂର୍ବରୁ ମିଳିଥିବା କଟା ହାତ ଓ ଶରୀର ଅଂଶ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details