ଓଡିଶା

odisha

ETV Bharat / state

ଢକ ଢକ କରି କଲେଜ ଛାତ୍ରୀ ପିଉଛନ୍ତି ମଦ; ଭିଡିଓ ଭାଇରାଲ - କଲେଜ ଝିଅଙ୍କ ମଦପିଆ ଦୃଶ୍ୟ

ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି କଲେଜ ଝିଅଙ୍କ ମଦପିଆ ଦୃଶ୍ୟ । ଜିଲ୍ଲାର ଏକ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ଖୁଲମଖୁଲା ମଦ ପିଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ଖବର ପଢନ୍ତୁ...

ଢକ ଢକ କରି କଲେଜ ଛାତ୍ରୀ ପିଉଛନ୍ତି ମଦ; ଭିଡିଓ ଭାଇରାଲ
ଢକ ଢକ କରି କଲେଜ ଛାତ୍ରୀ ପିଉଛନ୍ତି ମଦ; ଭିଡିଓ ଭାଇରାଲ

By

Published : Feb 4, 2020, 1:37 AM IST

ଅନୁଗୋଳ: ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି କଲେଜ ଝିଅଙ୍କ ମଦପିଆ ଦୃଶ୍ୟ । ଜିଲ୍ଲାର ଏକ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ଖୁଲମଖୁଲା ମଦ ପିଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ତାଳଚେର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି ।

ଢକ ଢକ କରି କଲେଜ ଛାତ୍ରୀ ପିଉଛନ୍ତି ମଦ; ଭିଡିଓ ଭାଇରାଲ

ସୋସିଆଲ ମେଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୩ ରୁ ୪ ଜଣ ଝିଅଙ୍କୁ ଜଣେ ଯୁବକ ଗ୍ଲାସରେ ମଦ ଦେଉଛି । ଆଉ ସେହି ଛାତ୍ରୀ ମାନେ ଆଗ୍ରହ ସହକାରେ ମଦ ପିଉଛନ୍ତି । ଆଉ ଏହି ମଦ ପିଇବା ବେଳେ ଖୁସିରେ ଗଦଗଦ ହେଇ ଯାଉଛନ୍ତି ଛାତ୍ରୀ ।

ମଦ ଢାଳି ଦେଉଥିବା ଯୁବକ ଜଣଙ୍କ ମଧ୍ୟ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଭିଡିଓ ଭାଇରାଲ ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ତେବେ ଯୁବତୀ ମାନେ ଏଭଳି ଖୁଲମଖୁଲା ମଦ ପିଇବାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଭିଡିଓଟି ପ୍ରକୃତରେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details