ଓଡିଶା

odisha

ETV Bharat / state

ଶନିବାର ଅନୁଗୋଳ ଗସ୍ତରେ ଯିବେ ନବୀନ, ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ - ମୁଖ୍ୟମନ୍ତ୍ରୀ

ଶନିବାର ଅନୁଗୋଳ ଜିଲ୍ଲା ଗ୍ରସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଶନିବାର ଅନୁଗୋଳ ଗସ୍ତରେ ଯିବେ ନବୀନ, ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ
ଶନିବାର ଅନୁଗୋଳ ଗସ୍ତରେ ଯିବେ ନବୀନ, ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ

By

Published : Nov 19, 2021, 2:19 PM IST

ଅନୁଗୋଳ:ଶନିବାର ଅନୁଗୋଳ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି (ଶନିବାର) ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ଅନେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଏସପି ସୁରକ୍ଷା ଦାୟିତ୍ୱ ତଦାରଖ କରିଛନ୍ତି । ଏଥି ସହ ସୁରକ୍ଷା ଦାୟିତ୍ୱରେ 3 ଅତିରିକ୍ତ ଏସପି, 7 ଜଣ ଡିଏସପି, 20 ଜଣ ଇନ୍ସପେକ୍ଟରଙ୍କ ସହ ଏଏସଆଇ ଓ 24 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।

ଶନିବାର ଅନୁଗୋଳ ଗସ୍ତରେ ଯିବେ ନବୀନ, ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ

ଜିଲ୍ଲାରେ ପ୍ରଥମ କରି ନିର୍ମାଣ ହୋଇଥିବା ହେଲଥ କରିଡର ମଧ୍ୟ ଉଦଘାଟନ ହେବ। ଏଥିପାଇଁ ସମଗ୍ର କରିଡର ଅଞ୍ଚଳକୁ ସଜାଯାଇଛି। ଏନେଇ କର୍ମଚାରୀ ମାନେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆସନ୍ତାକାଲି ସକାଳ 11 ଟାରେ ମୁଖ୍ୟମନ୍ତ୍ରୀ ଅନୁଗୋଳ ଷ୍ଟାଡିୟମରେ ଥିବା ହେଲିପ୍ୟାଡରେ ପହଁଚିବା ପରେ ସେଠାରେ ଆୟୋଜିତ ସଭାରେ ଯୋଗ ଦେଇ BSKY କାର୍ଡ ବଣ୍ଟନ କରିବେ। କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details