ଓଡିଶା

odisha

ETV Bharat / state

ନବୀନ ଓଡିଶାରେ ସାମିଲ ହେଲା ଅନୁଗୋଳ, ଜିଲ୍ଲା ପାଇଁ ବରାଦ ୧୧୨କୋଟି ୫୦ ଲକ୍ଷ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅନୁଗୋଳ ଜିଲ୍ଲାରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ । ଜିଲ୍ଲାର ବିକାଶ ପାଇଁ ୧୧୨ କୋଟି ୫୦ ଲକ୍ଷ ଟଙ୍କାର ୨ହଜାର ୭୯୬ଟି ଉନ୍ନୟନମୂଳକ ପ୍ରକଳ୍ପର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଆମ ଓଡିଶା ନବୀନ ଓଡ଼ିଶାରେ ସାମିଲ ହେଲା ଅନୁଗୋଳ
ଆମ ଓଡିଶା ନବୀନ ଓଡ଼ିଶାରେ ସାମିଲ ହେଲା ଅନୁଗୋଳ

By ETV Bharat Odisha Team

Published : Nov 6, 2023, 7:00 PM IST

ଆମ ଓଡିଶା ନବୀନ ଓଡ଼ିଶାରେ ସାମିଲ ହେଲା ଅନୁଗୋଳ

ଅନୁଗୋଳ: ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେଲା ଅନୁଗୋଳ ଜିଲ୍ଲା । ଆଜି ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଯୋଡି ହୋଇ ଅନୁଗୋଳରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର 5ଟି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ୧୧୨ କୋଟି ୫୦ ଲକ୍ଷ ଟଙ୍କାର ୨ହଜାର ୭୯୬ଟି ଉନ୍ନୟନମୂଳକ ପ୍ରକଳ୍ପର ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ବାଲେଶ୍ବର ଓ ବଲାଙ୍ଗୀରରେ ଆମ ଓଡିଶା ନବୀନ ଓଡିଶା ଶୁଭାରମ୍ଭ; ବିକଶିତ ଗାଁ ହେବ ଓଡିଶା ରୂପାନ୍ତରର ପ୍ରକୃତ ଚିତ୍ର

ଆଜି ଅନୁଗୋଳ ଜିଲ୍ଲାରେ 'ଆମ ଓଡ଼ିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଅନୁଗୋଳର 8ଟି ବ୍ଲକ ଅନୁଗୋଳ, ଆଠମଲ୍ଲିକ, କିଶୋର ନଗର, ଛେଣ୍ଡିପଦା, କଣିହାଁ, ତାଳଚେର, ପାଲ ଲହଡା ଓ ବଅଁରପାଳର ଲକ୍ଷାଧିକ ଲୋକେ ସାମିଲ ହୋଇଥିଲେ । ଏହି 8 ବ୍ଲକର ବିକାଶ ପାଇଁ ୨ହଜାର ୭୯୬ଟି ପ୍ରକଳ୍ପ ନିର୍ମାଣ ନିମନ୍ତେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପଗୁଡିକ ପାଇଁ ୧୨ କୋଟି ୫୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଆମ ଓଡିଶା ନବୀନ ଓଡିଶା ତୃତୀୟ ଦିନ: ମୟୂରଭଞ୍ଜ, ବରଗଡ ଓ ଦେବଗଡ ପାଇଁ ୨୭୨ କୋଟି ମଞ୍ଜୁର

ତେବେ ଏହି ଅବସରରେ ଭିସି ଜରିଆରେ ଅନୁଗୋଳବାସୀଙ୍କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ ।" ଏହା ସମସ୍ତଙ୍କ ପାଇଁ ଆନନ୍ଦର ଦିନ । ଅନୁଗୋଳ ଜିଲ୍ଲାର ବିକାଶ ପାଇଁ ଏହି ଟଙ୍କା ମଞ୍ଜୁର ହୋଇଛି । ସମସ୍ତଙ୍କୁ ସମ୍ମାନ ସମସ୍ତଙ୍କ ବିକାଶ ଲକ୍ଷ୍ୟ ନେଇ ଏହି କାର୍ଯ୍ୟ କରାଯାଉଛି ।ଆମ ରାଜ୍ୟ ଜଗନ୍ନାଥଙ୍କ ଭୂମି । ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନତି କରଣ ପାଇଁ ଆର୍ଥିକ ଅନୁଦାନ ଦେଇ ମୁଁ ଆନନ୍ଦିତ ବୋଲି କହିଥିଲେ।।"

ତେବେ ଏହି କାର୍ଯ୍ୟକ୍ରମରେ ଅନୁଗୋଳର ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ, ତାଳଚେରରେ ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡାରେ ବିଧାୟକ ମୁକେଶ ପାଳ, ଛେଣ୍ଡିପଦାରେ ବିଧାୟକ ସୁଶାନ୍ତ କୁମାର ବେହେରା ଏବଂ ଆଠମଲ୍ଲିକରେ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ସେହିପରି କଣିହାଁରେ ସଂସଦ ମହେଶ ସାହୁ ଓ ବ୍ଲକ ଅଧ୍ୟକ୍ଷ ଥିବା ବେଳେ କିଶୋରନଗର, ବଅଁରପାଳ ବ୍ଲକରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ମାନେ ରହି କୃତଜ୍ଞତା ଜ୍ଞାପନ କରିଥିଲେ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details