ଅନୁଗୋଳ: ସଫେଇ କର୍ମଚାରୀ ଓ ପୌର କର୍ତ୍ତୃପକ୍ଷଙ୍କ ବିବାଦ ଉଗ୍ର ହେବାରେ ଲାଗିଛି । ଏନେଇ ସୋମବାର ଅନୁଗୋଳ ପୌରପାଳିକା ସମ୍ମୁଖରେ ସଫେଇ କର୍ମଚାରୀମାନେ ଧାରଣାରେ ବସିଛନ୍ତି ।
ଉଗ୍ର ହେଉଛି ସଫେଇ କର୍ମଚାରୀ ଓ ପୌର କର୍ତ୍ତୃପକ୍ଷଙ୍କ ବିବାଦ ଶତାଧିକ ସଫେଇ କର୍ମଚାରୀ ବିଭିନ୍ନ ଦାବିରେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗତ କିଛିଦିନ ହେବ ସେମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ପୌର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଥାନାରେ ମାମଲା ଦାୟର କରିଥିଲେ ।
ଯାହାକୁ ନେଇ ପୌର କର୍ତ୍ତୃପକ୍ଷ ମଧ୍ୟ ଥାନାରେ ମାମଲା କରିଥିଲେ । ତା ପରଠାରୁ ସେମାନେ ଆଉ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ସୋମବାର ପୁନଃ ନିଯୁକ୍ତି ଦାବିରେ ସେମାନେ ଆନ୍ଦୋଳନ କରିଛନ୍ତି। ପୁନଃ ନିଯୁକ୍ତି ସହ ସେମାନଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରୁଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ