ଓଡିଶା

odisha

ETV Bharat / state

ଟିଟିପିଏସ ବନ୍ଦ ନିଷ୍ପତ୍ତିକୁ ସିଟୁର ବିରୋଧ - କେନ୍ଦ୍ରୀୟ ଟେଡ଼ ୟୁନିୟନ ଦାବି

ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟିକୁ ସିଟୁର ବିରୋଧ । ନୂଆ ପ୍ଲାଣ୍ଟ ଆସିବା ପର୍ଯ୍ୟନ୍ତ ପୁରୁଣା ପ୍ଲାଣ୍ଟ ଚାଲିବାକୁ ଦାବି କରିଛି ଏହି କେନ୍ଦ୍ରୀୟ ଟେଡ଼ ୟୁନିୟନ । ଅଧିକ ପଢନ୍ତୁ....

ଟିଟିପିଏସ ବନ୍ଦ ନିଷ୍ପତ୍ତିକୁ ସିଟୁର ବିରୋଧ
ଟିଟିପିଏସ ବନ୍ଦ ନିଷ୍ପତ୍ତିକୁ ସିଟୁର ବିରୋଧ

By

Published : Dec 31, 2020, 7:39 AM IST

ଅନୁଗୋଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ହେବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ତାକୁ ବିରୋଧ କରିଛି ସିଟୁ । ନୂଆ ପ୍ଲାଣ୍ଟ ଆସିବା ପର୍ଯ୍ୟନ୍ତ ପୁରୁଣା ପ୍ଲାଣ୍ଟ ଚାଲିବାକୁ ଦାବି କରିଛି ଏହି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ।

ଟିଟିପିଏସ ବନ୍ଦ ନିଷ୍ପତ୍ତିକୁ ସିଟୁର ବିରୋଧ

ଅନୁଗୋଳ ଜିଲ୍ଲାର ତାଳଚେରସ୍ଥିତ ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରଦୂଷଣ ଅନୁମତି ଅବଧି ଶେଷ ହୋଇ ଯାଇଥିବାରୁ ଏକ ପ୍ରକାର ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ବିଭିନ୍ନ ଟ୍ରେଡ଼ ୟୁନିଅନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଏନେଇ ସିଆଇଟିୟୁ ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ନେଇ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ଏହି ସମ୍ମିଳନୀରେ ସଂଗଠନର କେନ୍ଦ୍ରୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଯୋଗ ଦେଇ ପ୍ଲାଣ୍ଟ ଏଭଳି ଅବସ୍ଥା ପାଇଁ ଉଭୟ ସରକାରଙ୍କୁ ଦାୟୀ କରିଛନ୍ତି । ପ୍ରଦୂଷଣ ଆଳ ଦେଖାଇ ଥର୍ମାଲ ପ୍ଲାଣ୍ଟ ବନ୍ଦ କରିବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଆମେ କରାଇ ଦେବୁ ନାହିଁ । ଏହି ପ୍ଲାଣ୍ଟ ଯୋଗୁ ପ୍ରାୟ ୨୦ହଜାର ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜୀବିକା ନିର୍ବାହ କରନ୍ତି। ତେଣୁ ତୁରନ୍ତ ନୂଆ ପ୍ଲାଣ୍ଟ ସ୍ଥାପନ କରାଯାଉ। ଏ ପର୍ଯ୍ୟନ୍ତ ଏହି ପୁରୁଣା ପ୍ଲାଣ୍ଟ ଚାଲୁ ରଖାଯାଉ ବୋଲି ଦାବି ହୋଇଛି । ନଚେତ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details