ଅନୁଗୋଳ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ । ଆନ୍ଦୋଳନଙ୍କୁ ଓହ୍ଲାଇଛନ୍ତି ଶ୍ରମିକ ସଂଗଠନ । ନିକଟରେ କେନ୍ଦ୍ର ସରକାର ଶ୍ରମ ଆଇନରେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତା ବିରୁଦ୍ଧରେ CITU ଶ୍ରମିକ ସଂଗଠନ ଗୁରୁବାର ଶ୍ରମ ଅଫିସ ଘେରାଉ କରିଛନ୍ତି ।
ଶ୍ରମିକ ବିରୋଧୀ ନୀତିକୁ ବିରୋଧ: ଅନୁଗୋଳରେ CITU ପକ୍ଷରୁ ବିକ୍ଷୋଭ - ଶ୍ରମିକ ବିରୋଧୀ ନୀତି
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହଶହ ଲୋକେ। ଅନୁଗୋଳ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ସିଟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ସେପଟେ ନିର୍ମାଣ ଶ୍ରମିକଙ୍କୁ ଶ୍ରମ ବିଭାଗ ଅଣଦେଖା କରୁଥିବା ସହ ସେମାନଙ୍କୁ ପଞ୍ଜିକରଣ ଠିକ୍ରେ କରୁନଥିବା CITU ଅଭିଯୋଗ କରିଛି । ଉଭୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ 13 ଦଫା ଦାବିରେ ବିକ୍ଷୋଭ କରିଛନ୍ତି ଶ୍ରମିକ ମାନେ ।
ଶହ ଶହ ଲୋକେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ