ଓଡିଶା

odisha

ETV Bharat / state

CS Review Projects; ଅନୁଗୋଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ - ଅନୁଗୋଳରେ ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବ (Chief secretary suresh chandra mahapatra) ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଛନ୍ତି। ଅଧିକ ପଢନ୍ତୁ

Chief secretary  suresh chandra mahapatra
ଅନୁଗୋଳ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

By

Published : Nov 28, 2021, 10:46 PM IST

ଅନୁଗୋଳ: ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖୁବା ସହ ଏହାର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଅନୁଗୋଳ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

ଅନୁଗୋଳ ସହରସ୍ଥିତ ହୁଲୁରୁସିଙ୍ଗା ଠାରେ ନିର୍ମାଣ ହେଉଥିବା ବିଶ୍ବସ୍ତରୀୟ ପାଠାଗାର ସହ ସମ୍ମିଳନୀ କକ୍ଷ ଓ ଅତ୍ୟାଧୁନିକ ସଂଗ୍ରହାଳୟର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ଦୁଇ ମହଲା ବିଶିଷ୍ଟ ଏହି ଗୃହର ବିଦ୍ୟୁତ୍ ସଂଯୋଗ ଓ ଅନ୍ୟାନ୍ୟ ଆନୁସାଙ୍ଗିକ କାର୍ଯ୍ୟକୁ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ବରେ ନିର୍ମାଣ ହେଉଥିବା ଟ୍ରମା କେୟାର ସେଣ୍ଟରକୁ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ । ଏହା ପୂର୍ବରୁ ସେ ବାରଗୌଊଣିଆ ଗ୍ରାମ । ପାଣ୍ଡୁରୁଶୁନି ଗ୍ରାମୀଣ ପର୍ଯ୍ୟଟନ ପାର୍କକୁ ବୁଲି ଦେଖୁଥିଲେ । ଶଙ୍ଖପୁରୁ ଗ୍ରାମ ପଞ୍ଚାୟତକୁ ପରିଦର୍ଶନରେ ଯାଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଛତୁଆ ପ୍ରସ୍ତୁତି ୟୁନିଟ୍‌ ବୁଲି ଦେଖୁଥିଲେ ।

ଅନୁଗୋଳ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବ ଅନୁଗୋଳ ସହରର ସ୍ବାସ୍ଥ୍ୟ କରିଡ଼ରକୁ ବୁଲି ଦେଖିବା ସହ ନାଲକୋର ଆଲୁମିନିୟମ ପାର୍କକୁ ପରିଦର୍ଶନରେ ଯାଇଥିଲେ । ତୁରନ୍ତ ସେଠାରେ ପାଚେରୀ ନିର୍ମାଣ କରିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details