ଓଡିଶା

odisha

ETV Bharat / state

ଥମୁନି ହାତୀ ଉପଦ୍ରବ, ଗୁହାଳେ ପଶି ବଳଦଙ୍କୁ ଦଳିଦେଲା ଦନ୍ତା - ଅନୁଗୋଳରେ ଥମୁନି ହାତୀ ଉପଦ୍ରବ

ଅନୁଗୋଳରେ ଥମୁନି ହାତୀ ଉପଦ୍ରବ । ଛେଣ୍ତିପଦା ବନାଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ଦନ୍ତାହାତୀ ଆକ୍ରମଣରେ ଦୁଇ ବଳଦଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବଳଦ ଗୁରୁତର ଆହତ ହୋଇଛି । ଅଧିକ ପଢ଼ନ୍ତୁ

buffalos death in elephant attack in chhendipada angul
ଥମୁନି ହାତୀ ଉପଦ୍ରବ, ଗୁହାଳେ ପଶି ବଳଦଙ୍କୁ ଦଳିଦେଲା ଦନ୍ତା

By

Published : Sep 24, 2022, 1:14 PM IST

ଅନୁଗୋଳ:ଛେଣ୍ତିପଦା ବନାଞ୍ଚଳରେ ପୁଣି ହାତୀ ଆତଙ୍କ । ଅନୁଗୋଳ ଜିଲ୍ଲା ନୂଆଗାଁ ଗ୍ରାମର ପଞ୍ଚାୟତ ପାର୍କ ନିକଟ ଗୋଠ ସାହିରେ ଦନ୍ତାହାତୀ ଆକ୍ରମଣରେ ଦୁଇ ବଳଦଙ୍କ ମୃତ୍ୟୁ ହୋଇଥିବାବେଳେ, ଗୋଟିଏ ବଳଦ ଗୁରୁତର ଆହତ ହୋଇଛି । ମୃତ ବଳଦ ୨ଟି ନୂଆଗାଁ ଗ୍ରାମର ସୁବାଷ ସାହୁଙ୍କର ହୋଇ ଥିବାବେଳେ ଗୁରୁତର ବଳଦଟି ସେହି ଗ୍ରାମର ଗିରିଧାରୀ ସେଠୀଙ୍କର ବୋଲି ଜଣା ପଡିଛି ।

ଥମୁନି ହାତୀ ଉପଦ୍ରବ

ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀ ଖାଦ୍ୟ ଅନ୍ବେଷଣରେ ଗ୍ରାମ ଭିତରକୁ ପଶି ଆସି ଗୋଠ ସାହିରେ ଥିବା ସୁବାଷ ସାହୁଙ୍କ ଖଳା ଗୁହାଳରେ ପଶି ବନ୍ଧା ହୋଇଥିବା ୨ଟି ବଳଦକୁ ଦଳି ଦେଇଥିଲା । ବଳଦ ଚିତ୍କାର ଶୁଣି ଲୋକେ ଆସିବାରୁ ହାତୀଟି ଜଙ୍ଗଲ ଆଡକୁ ପଳାଇ ଯାଇଥିଲା । ସେହି ସମୟରେ ଆଉ ଏକ ବନ୍ଧା ହୋଇଥିବା ଗିରିଧାରୀ ସେଠୀଙ୍କର ବଳଦକୁ ଆକ୍ରମଣ କରିଥିଲା। ଫଳରେ ବଳଦଟି ଗୁରୁତର ଆହତ ହୋଇଥିଲା ।

ହାତୀଟି ଲୁଣମାଟି ଜଙ୍ଗଲକୁ ପଳାଇ ଯାଇଥିବା ସୂଚନା ମିଳିଛି। । ନୂଆଗାଁ କଣଲୋଇ ଅଞ୍ଚଳରେ ବାରମ୍ବାର ହାତୀ ଧନ ଜୀବନ ନଷ୍ଟ କରୁଥିବା ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବାବେଳେ, ଗ୍ରାମବାସୀ କ୍ଷତିପୁରଣ ସହ ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଗାଁ ଛାଡୁ ନାହାନ୍ତି ହାତୀପଲ, ଫସଲ ଚିନ୍ତାରେ ଚାଷୀ

ଅନ୍ୟପଟେ ବନ୍ତଳା ବନାଞ୍ଚଳର ବସଲା ଗ୍ରାମପଞ୍ଚାୟତରେ ଦୀର୍ଘ ୪ ମାସ ହେଲା ଗାଁରେ ଡେରା ପକାଇଛନ୍ତି ୪୦ରୁ ଅଧିକ ହାତୀ । ବିଲ ବାଡ଼ିରେ ଫସଲ ଦୂରର କଥା ଘର ଅଗଣାରେ ଗଛଟିଏ ମଧ୍ୟ ରଖୁନାହାନ୍ତି । ଶହ ଶହ ଏକର ଜମିରେ ଧାନ, ବାଦାମ, ବିରି, ମୁଗ ଓ ଅନ୍ୟାନ୍ୟ ପନିପରିବା ଖାଇ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରି ଦେଉଛନ୍ତି । ଏପରିକି ସନ୍ଧ୍ୟା ହେଲେ ଘର ଆଗରେ ଆସି ଠିଆ ହେଉଛନ୍ତି ହାତୀ ।

ଗୋଟିଏ ପଟେ ଫସଲ ନଷ୍ଟ ଅନ୍ୟପଟେ ଲୋକଙ୍କ ଜୀବନ ପ୍ରତି ବିପଦ । ଏଭଳି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଗ୍ରାମବାସୀ। ବଣୁଆ ହାତୀପଲ ସେମାନଙ୍କ ଜୀବିକା ଉଜାଡ଼ି ଦେଇଛନ୍ତି । ପ୍ରାୟ ୪୦ରୁ ଅଧିକ ହାତୀ ନିକଟରେ ଥିବା ଏକ ପାହାଡ଼ରେ ୪ ମାସ ହେଲା ରହୁଛନ୍ତି । ସନ୍ଧ୍ୟା ହେବା ମାତ୍ରେ ସେମାନେ ଗାଁ ଭିତରକୁ ଆସି ଉପଦ୍ରବ କରୁଛନ୍ତି । ଏତେ ସଂଖ୍ୟାରେ ହାତୀ ବିଲରେ ପଶି ସବୁ ଖାଇଦେବା ସହ ଦଳି ଚକଟି ନଷ୍ଟ କରି ଦେଉଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details