ଓଡିଶା

odisha

ETV Bharat / state

ଧୂପକାଠି କାର ସହ ଟ୍ରକ ଧକ୍କା , ଜଣେ ମୃତ - car and bus meet an accident

ଅନୁଗୋଳର 55ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଧୂପ କାଠି ଭର୍ତ୍ତି କାର ସହ ଟ୍ରକର ଧକ୍କା । ଘଟଣାସ୍ଥଳରେ କାର ଡ୍ରାଇଭରର ମୃତ୍ୟୁ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 20, 2019, 3:16 PM IST


ଅନୁଗୋଳ: ସ୍ଥାନୀୟ 55ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ଧକ୍କା ହେଲା ଟ୍ରକ । ଟ୍ରକଟି ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁ ଥିବାବେଳେ ଧୂପ କାଠି ଭର୍ତ୍ତି କାରଟି ସମ୍ବଲପୁରକୁ ଯାଉଥିଲା।

ଘଟଣାସ୍ଥଳରେ ହିଁ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଉଛନ୍ତି ଡ୍ରାଇଭର ଦୀପକ ସ୍ବାଇଁ ଓ ଆହତ ହେଲେ ଦେବବ୍ରତ ସ୍ବାଇଁ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details