ଅନୁଗୋଳ:ପୌର ନିର୍ଵାଚନ ପାଇଁ ନାମାଙ୍କନ ଦାଖଲର ଆଜି ଥିଲା ଶେଷ ଦିନ । ଶେଷ ଦିନରେ ଅନୁଗୋଳ ପୌରପାଳିକା ପାଇଁ ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ପକ୍ଷରୁ ପାର୍ଥିପତ୍ର ଦାଖଲ କରାଯାଇଛି । ଅନୁଗୋଳ ପୌରାଞ୍ଚଳର ଅଧ୍ୟକ୍ଷ ପଦବୀ ନିମନ୍ତେ ବିଜେଡିର ଅକ୍ଷୟ କୁମାର ସାମନ୍ତଙ୍କ ସମେତ ସମସ୍ତ ୨୩ ଟି ୱାର୍ଡର କାଉନସିଲର ପ୍ରାର୍ଥୀ ମାନଙ୍କ ସହ ଆସି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ସେହିପରି ବିଜେପିର ଦିଲ୍ଲୀପ କୁମାର ପ୍ରଧାନ ଅଧ୍ୟକ୍ଷ ପ୍ରାର୍ଥୀ ଏବଂ ଅନ୍ୟ ୨୩ ଜଣ କାଉନସିଲର ପ୍ରାର୍ଥୀ ଆସି ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉଭୟ ଦଳର ଶତାଧିକ କର୍ମୀ ବାଜା ବଜାଇ ସହର ପରିକ୍ରମା କରି ଆସିଥିଲେ। ସହରରେ ନିଜ ନିଜ ଦଳର ଶକ୍ତି ପ୍ରଦର୍ଶନ କରିଥିଲେ ।