ଅନୁଗୋଳ: ଆସନ୍ତା 22ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି(ରବିବାର) ଶେଷ ହେଉଛି ପ୍ରଚାର-ପ୍ରସାର । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମରେ ଲାଗି ପଡିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ଦଳୀୟ କର୍ମୀ । ଏହି ପରିପ୍ରେକ୍ଷୀରେ ଅନୁଗୋଳରେ ମଧ୍ୟ ଚାଲିଛି ଜୋରସୋର ପ୍ରଚାର ।
ତେବେ ଆସନ୍ତା ୨୨ରେ ଅନୁଗୋଳରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ । ପ୍ରଚାର ପାଇଁ ଆଜି ହେଉଛି ଶେଷ ଦିନ । ଶେଷ ଦିନରେ ପ୍ରଚାରକୁ ବେଶ୍ ସରଗରମ କରିଛନ୍ତି ଉଭୟ ବିଜେପି ଓ ବିଜେଡି । କିଶୋର ନଗର ବ୍ଳକର ଅଙ୍ଗପଡା ପଞ୍ଚାୟତରେ ପ୍ରଚାର କରିଛନ୍ତି ବିଜେଡିର ହେଭିୱେଟ ନଳିନୀ ପ୍ରଧାନ ।