ଅନୁଗୋଳ: ଜିଲ୍ଲାର ନିଶା ଶିଳ୍ପାଞ୍ଚଳ ଥାନା ଜିନ୍ଦଲ ନିକଟରେ ବସ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲେ 60 ଯାତ୍ରୀ । ତେବେ ଏହି ଦୁର୍ଘଟଣାରେ 20ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ବସ-ଟ୍ରକ ମୁହାଁମୁହିଁ; 20ରୁ ଊର୍ଦ୍ଧ୍ବ ଆହତ, ଅଳ୍ପକେ ବର୍ତ୍ତିଲେ 60 ଯାତ୍ରୀ
ଦେବଗଡ଼ରୁ ଭୁବନେଶ୍ବର ଯାଉଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା । ଅଳ୍ପକେ ବର୍ତ୍ତିଗଲେ 60 ଯାତ୍ରୀ । ଅଧିକ ପଢନ୍ତୁ...
ବସ-ଟ୍ରକ ମୁହାଁମୁହିଁ ଧକ୍କା; ଅଳ୍ପକେ ବର୍ତ୍ତିଲେ 60 ଯାତ୍ରୀ, 20ରୁ ଉର୍ଦ୍ଧ୍ବ ଆହତ
ସୂଚନାମୁତାବକ, ବିଳମ୍ବିତ ରାତିରେ ଦେବଗଡ଼ରୁ ଭୁବନେଶ୍ବର ଯାଉଥିବା ଶିବ ଶଙ୍କର ନାମକ ଏକ ଘରୋଇ ବସ, ଏକ କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ପୋଲିସ ସହାୟତାରେ ଆହତମାନକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କେତେକ ନିଜ ନିଜ ଘରକୁ ଚାଲିଯାଇଥିବା ସୂଚନା ମିଳିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ