ଓଡିଶା

odisha

ETV Bharat / state

ଶିଳପୁଆରେ ଛେଚି ଗର୍ଭବତୀ ଭାଉଜକୁ ହତ୍ୟା କଲା ଦିଅର - ଦିଅର ହତ୍ୟା କଲା ଗର୍ଭବତୀ ଭାଉଜକୁ

ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର ଏବଂ ହତ୍ୟା ପରେ ଅଭିଯୁକ୍ତ ଦିଅର ଥାନାରେ ଆତ୍ମସମର୍ପଣ କରିଛି । ହେଲେ, ମୃତ ଭାଉଜ ଥିଲା ପାଞ୍ଚ ମାସର ଗର୍ଭବତୀ । ଏଭଳି ଏକ ନୃଶଂସ ଘଟଣା ଘଟିଛି ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗାଁରେ । ଅଧିକ ପଢନ୍ତୁ...

ଅନୁଗୋଳ ଶୀଳ ପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର
ଅନୁଗୋଳ ଶୀଳ ପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର

By

Published : Feb 3, 2021, 8:56 PM IST

ଅନୁଗୋଳ : ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର ଏବଂ ହତ୍ୟା ପରେ ଅଭିଯୁକ୍ତ ଦିଅର ଥାନାରେ ଆତ୍ମସମର୍ପଣ କରିଛି । ହେଲେ, ମୃତ ଭାଉଜ ଥିଲା ପାଞ୍ଚ ମାସର ଗର୍ଭବତୀ । ଏଭଳି ଏକ ନୃଶଂସ ଘଟଣା ଘଟିଛି ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗାଁରେ ।

ଅନୁଗୋଳ ଶୀଳ ପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର

ସୂଚନା ଅନୁସାରେ ସୁସୁଡା ଗାଁର ଟିକନ ଭୋଇଙ୍କ ସାନ ପୁଅ ସୁବାସ ଭୋଇ ନିଜ ବଡ଼ ଭାଇ ନୀଳ ଭୋଇଙ୍କ ସ୍ତ୍ରୀ ସଂଗୀତା ଭୋଇକୁ କୌଣସି ପାରଣରୁ ଶିଳ ପୁଆରେ ଛେଚି ଦେଇଥିଲା । ସନ୍ଧ୍ୟା ସମୟରେ ପରିବାରର ଅନ୍ୟ କୌଣସି ସଦସ୍ୟ ଘରେ ନଥିବା ବେଳେ ସୁବାସ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡି ନଥିବାବେଳେ ଅଭିଯୁକ୍ତ ସୁବାସ ଥାନାରେ ଆତ୍ମସମର୍ପଣ କରିଛି । ଖବର ପାଇ ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ତେବେ ରାତି ହୋଇଯାଇଥିବାରୁ ଆସନ୍ତାକାଲି(ଗୁରୁବାର) ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ଅଧିକ ଅନୁଧ୍ୟାନ କରିବା ସହ ମୃତ ଶରୀରର ପୋଷ୍ଟମଟମ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details