ଓଡିଶା

odisha

ETV Bharat / state

ତାଳଚେର ବିଧାୟକଙ୍କ ଅଫିସ ସାମ୍ନାରୁ ବୋମା ଜବତ, କହିଲେ କୁଚକ୍ରୀଙ୍କ ହୀନ ମାନସିକତା - ତାଳଚେର ବିଧାୟକଙ୍କ ଅଫିସ ସାମ୍ନାରୁ ବୋମା ଜବତ

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ ଅଫିସ୍ ପରିସରରୁ ବୋମା ଜବତ । ଅଧିକ ପଢନ୍ତୁ

ତାଳଚେର ବିଧାୟକଙ୍କ ଅଫିସ ସାମ୍ନାରୁ ବୋମା ଜବତ
ତାଳଚେର ବିଧାୟକଙ୍କ ଅଫିସ ସାମ୍ନାରୁ ବୋମା ଜବତ

By ETV Bharat Odisha Team

Published : Sep 1, 2023, 12:49 PM IST

Updated : Sep 1, 2023, 8:46 PM IST

ତାଳଚେର ବିଧାୟକଙ୍କ ଅଫିସ ସାମ୍ନାରୁ ବୋମା ଜବତ

ଅନୁଗୋଳ: ବିଧାୟକଙ୍କ ଅଫିସ ସାମ୍ନାରୁ ମିଳିଲା ବୋମା । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ ଅଫିସ୍ ପରିସରରେ ଆଜି ଗୋଟିଏ ଜୀବନ୍ତ ଟାଇମ୍ ବୋମା ଜବତ ହୋଇଛି । ତେବେ ବୋମା କେଉଁଠୁ ଆସିଲା ଓ କିଏ ଆଣିଲା ତାହା ଏ ଯାଏଁ ଜଣାପଡିନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । କେହି କୁଚକ୍ରୀ ବ୍ୟକ୍ତି ଏହି ବୋମା ପକାଇ ଥାଇପାରନ୍ତି ବୋଲି ବିଧାୟକ ସନ୍ଦେହ ପ୍ରକଟ କରିଛନ୍ତି ।

ଏନେଇ ତାଳଚେର ଏସଡ଼ିପିଓ ମାନସ ବାରିକ କହିଛନ୍ତି ଯେ, ବୋମା ସ୍କ୍ୱାର୍ଡକୁ ଡକାଯାଇଛି ଏବଂ ସେମାନେ ଆସିଲେ ଯାଇ ହିଁ ଜଣାପଡ଼ିବ ଏହା ବୋମା ନା ଆଉ କିଛି l ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ ଅଫିସ ଗେଟ ଆଗରେ ଏହି ବୋମା ଠାବ ହୋଇଛି । ଏହା ଏକ ଟାଇମ୍ ବମ୍ ଭଳି ଲାଗୁଛି । ଆଜି ସକାଳେ ବିଧାୟକଙ୍କ କିଛି ଲୋକ ବୋମା ପଡିଥିବା ଦେଖି ତାଙ୍କୁ ସୂଚନା ଦେଇଥିଲେ । ବିଧାୟକ ତୁରନ୍ତ ଏନେଇ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସେହି ଅଞ୍ଚଳକୁ ସିଲ କରିଥିଲା । ସାଇଣ୍ଟିଫିକ ଟିମ ଜରିଆରେ ଏନେଇ ଅଧିକ ତଦନ୍ତ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ପୋଲିସକୁ ଚ୍ୟାଲେଞ୍ଜ, ହାଇ ସିକ୍ୟୁରିଟି MCL କମ୍ପାନୀର କ୍ୱାଟରରୁ ଚୋରି

ଏହି ବୋମା ବିରୋଧୀଙ୍କ ଏକ ଚକ୍ରାନ୍ତ ବୋଲି ବିଧାୟକ କହିଛନ୍ତି । ଆଜି କେନ୍ଦ୍ର ସରକାରଙ୍କ ସଂସ୍ଥା ଏମସିଏଲ ଓ ଏନଏଚ ବିରୋଧରେ ଆନ୍ଦୋଳନ ଥିବାବେଳେ ଏହାକୁ ଭଣ୍ଡୁର କରିବା ପାଇଁ କିମ୍ବା ତାଙ୍କୁ ଅଟକାଇବା ପାଇଁ କେହି ଏଭଳି ହୀନ ଚକ୍ରାନ୍ତ କରି ଥାଇପାରେ ବୋଲି ବ୍ରଜ କିଶୋର ପ୍ରଧାନ କହିଛନ୍ତି ।


ଏହାମଧ୍ୟ ପଢନ୍ତୁ: ଦିଗପହଣ୍ଡିରେ ଉଷ୍ମ ରାଜନୈତିକ ପାଗ, ବ୍ଳକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ପରେ ଉତ୍ତେଜନା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲାରେ ଏମସିଏଲ କର୍ତ୍ତୃପକ୍ଷଙ୍କ ମାନମାନି ଏବଂ ଖଣି ଯୋଗୁଁ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ସେମାନଙ୍କୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ସହ ୫୫ ନଂ ଜାତୀୟ ରାଜପଥର ତୁରନ୍ତ ନିର୍ମାଣ ଦାବିରେ ଆଜି ସକାଳ ୮ଟାରୁ ବିଜେଡି ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଛି । ଏହି ଆନ୍ଦୋଳରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇଥିଲେ । ସେ ଏପଟେ ପ୍ରତିବାଦ କରୁଥିବା ବେଳେ ତାଙ୍କର ଅଫିସ ପରିସରରେ ବୋମା ପଡିଥିବା ଖବର ମିଳିଥିଲା ।

ଇଟିଭି ଭାରତ, ଅନୁଗୋଳ

Last Updated : Sep 1, 2023, 8:46 PM IST

ABOUT THE AUTHOR

...view details