ଅନୁେଗାଳ:ଶୀତୁଆ ସନ୍ଧ୍ୟା ସାଙ୍ଗକୁ ସୁମଧୁର ସଙ୍ଗୀତ । ଗୀତ ଶୁଣି ମତୁଆଲା ଦର୍ଶକ । ମାଦକତା ଭରୁଛି ଅନୁଗୋଳ ଜିଲ୍ଲା ମହୋତ୍ସବ। ସଞ୍ଜ ନଇଁଲେ ମହୋତ୍ସବ ମଞ୍ଚ ନିକଟରେ ବଢି ଯାଉଛି ଦର୍ଶକଙ୍କ ଭିଡ଼ । ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣରୁ ଆରମ୍ଭ ହେଉଛି ପ୍ରତ୍ୟେକ ଦିନର ମହୋତ୍ସବ । ଅନୁଗୋଳ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଧୁମ୍ ମଚାଇଥିଲେ ବଲିଉଡ ଓ ଓଲିଉଡ କଣ୍ଠଶିଳ୍ପୀ । ଚତୁର୍ଥ ସନ୍ଧ୍ୟାର କାଯ୍ୟକ୍ରମ ରଙ୍ଗୀନ ହୋଇଥିଲା । ଯାହାର ମଜା ନେଇଥିଲେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ଉପସ୍ଥିତ ହଜାରହଜାର ଅନୁଗୋଳବାସୀ ।
ଚତୁର୍ଥ ସନ୍ଧ୍ୟାର କାଯ୍ୟକ୍ରମରେ ଜିଲ୍ଲାର ଛେଣ୍ଡିପଦା, ନାଲକୋ ଓ ଅନୁଗୋଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ ହୋଇଥିଲା । ଓଡ଼ିଶୀ ସମେତ ବିଭିନ୍ନ ସଙ୍ଗୀତର ଦଳଗତ ନୃତ୍ୟ ଲୋକଙ୍କ ମନକୁ ଛୁଇଁଥିଲା । ପରେପରେ ମାହୋଲକୁ ଅଧିକ ରଙ୍ଗୀନ କରିଥିଲା ଓଲିଉଡ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ଆଶୁତୋଶଙ୍କ ଦ୍ଵାରା ପରିବେଷଣ ହୋଇଥିବା ସଙ୍ଗୀତ । ଯାହାଙ୍କ ଗୀତରେ ଝୁମିଥିଲେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ଉପସ୍ଥିତ ହଜାରହଜାର ଅନୁଗୋଳବାସୀ । ଅର୍ପିତାଙ୍କ କଣ୍ଠରୁ 'କି ଯାଦୁ କଲୁ କହରେ', 'ତୋ ପାଖେ ଥିଲେ ମନ ମୋର' ଓ ଆଶୁତୋଷଙ୍କ ଔଷଧ ନେଇଆ ଗୀତରେ ଝୁମିଥିଲେ ଦର୍ଶକ ।
ଏହା ବି ପଢନ୍ତୁ...Anugul Mahotsav: ସଙ୍ଗୀତର ତାଳେ ତାଳେ ଝୁମିଲେ ଅନୁଗୋଳବାସୀ