ଅନୁଗୋଳ: ଓଡ଼ିଆ ଅସ୍ମିତା ଓ ଐତିହ୍ୟର ପରମ୍ପରା ବୋଇତ ବନ୍ଦାଣ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଗୋଳରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । ଅନୁଗୋଳ ଜିଲ୍ଲାର କଳାକାର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ୩୮ତମ ବୋଇତ ବନ୍ଦାଣ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା । ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ ଟି ସୌରିଙ୍କ ସଙ୍ଗୀତରେ ଝୁମିଥିଲେ ଦର୍ଶକ ।
ଅନୁଗୋଳ ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ଆୟୋଜିତ ଦୁଇ ଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଯାପିତ୍ ହୋଇଯାଇଛି । ଗତକାଲି (ସୋମବାର) ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ଲୋକପ୍ରିୟ କଣ୍ଠଶିଳ୍ପୀ ଟି ସୌରି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେବେ ଓଡ଼ିଆ ସଂସ୍କୃତି ଐତିହ୍ୟ ପରମ୍ପରାକୁ ବହନ କରୁଛି ବୋଇତ ବନ୍ଦାଣ । ସାଧବ ପୁଅର ନୌବାଣିଜ୍ୟ କରିଯିବା ପରମ୍ପରାକୁ ଆଗାମୀ ପିଢ଼ିକୁ ଜଣେଇବାକୁ କଳାକାର ଅନୁଷ୍ଠାନର ଏହି ଉଦ୍ୟମ ପ୍ରଶଂସନୀୟ । ହଜାର ହଜାର ବର୍ଷ ପୁରୁଣା ଲୋକ ସଂସ୍କୃତି ବୋଇତ ବନ୍ଦାଣକୁ କଳାକାର ବଜାଇ ରଖିଥିବାରୁ ତାଙ୍କୁ ଶ୍ରେୟ ଦେବାକୁ ପଡ଼ିବ ବୋଲି କଣ୍ଠଶିଳ୍ପୀ ଟି ସୌରି ନିଜ ଅଭିଭାଷଣରେ କହିଥିଲେ ।
ଏହା ମଧ୍ୟ ପଢନ୍ତୁ - ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ସୁବର୍ଣ୍ଣପୁରରେ ନୌଚାଳନା ପ୍ରତିଯୋଗିତା