ଓଡିଶା

odisha

ETV Bharat / state

ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହରେ ରାସ୍ତାରୋକ

ରାଜପଥ କଡ଼ରେ ଥିବା ବାଲିଗଦାରୁ ମିଳିଲା ଯୁବକଙ୍କ ମୃତଦେହ। ହତ୍ୟା ଅଭିଯୋଗରେ ରାସ୍ତା ଅବରୋଧ କରିଛନ୍ତି ଲୋକେ। ଅଧିକ ପଢନ୍ତୁ

dead body found by roadside
ରାସ୍ତାକଡ଼ରେ ଯୁବକଙ୍କ ମୃତଦେହ

By ETV Bharat Odisha Team

Published : Sep 16, 2023, 1:44 PM IST

ରାସ୍ତାକଡ଼ରେ ଯୁବକଙ୍କ ମୃତଦେହ

ଅନୁଗୋଳ:ରାଜ୍ୟ ରାଜପଥ କଡ଼ରେ ଥିବା ବାଲିଗଦାରୁ ମିଳିଲା ଯୁବକଙ୍କ ମୃତଦେହ । ହତ୍ୟା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଅନୁଗୋଳ-ଭୁବନେଶ୍ୱର ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଅନୁଗୋଳ ଜିଲ୍ଲାର ଛେଲିଆପଡା ଗାଁ ନିକଟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ଅନୁଗୋଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗାଁ ନିକଟରେ ରାସ୍ତାକଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ଜଣକ କାଙ୍ଗୁଲା ଗାଁର ସଂଗ୍ରାମ ବେହେରା ବୋଲି ଜଣାପଡ଼ିଛି । ସଂଗ୍ରାମଙ୍କୁ କେହି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଅଭିଯୁକ୍ତକୁ ଗିରଫ ଦାବିରେ ଅନୁଗୋଳ କଟକ ରାସ୍ତାକୁ ଅବରୋଧ କରିଛନ୍ତି ପରିବାର ଓ ସ୍ଥାନୀୟଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଂଗ୍ରାମ ଗତକାଲି ରାତିରେ ନିଜ ଘର ଛାତ ପକାଇଥିଲେ। ତେଣୁ ରାତିରେ ସେ ଭୋଜି ଭାତ ମଧ୍ୟ କରିଥିଲେ । ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ସେ ଘରୁ ବାହାରକୁ ଆସିଥିବା କହିଛନ୍ତି ପରିବାର । ହେଲେ ବାହାରକୁ ଆସିବା ପରେ ଆଉ ଘରକୁ ଫେରି ନଥିଲେ ସଂଗ୍ରାମ । ଆଜି ସକାଳେ ରାସ୍ତାକଡରେ ଏକ ବାଲିଗଦା ଉପରେ ତାଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ସେମାନେ ସଂଗ୍ରାମଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ପରିବାରଲୋକେ ସେଠାରେ ପହଞ୍ଚିଥିଲେ ।

ଏହା ବି ପଢନ୍ତୁ...ଯୁବକକୁ ନିର୍ମମ ହତ୍ୟା ଘଟଣା: 5 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଏହା ବି ପଢନ୍ତୁ...ବୁର୍ଲାର ମହିଳାଙ୍କୁ ବରଗଡ଼ରେ ହତ୍ୟା ! ତଣ୍ଟି କାଟି ବ୍ରିଜ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ପରିବାର ଲୋକଙ୍କ କହିବା ଅନୁସାରେ, ପୂର୍ଵରୁ ସଂଗ୍ରାମଙ୍କର ଅନେକ ଲୋକଙ୍କ ସହ ଶତ୍ରୁତା ଥିଲା । ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ ତଦନ୍ତ କରି ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ସଂଗ୍ରାମଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ପରିବାର । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ସଂଗ୍ରାମ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରୁଛି । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।


ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details