ଅନୁଗୋଳ: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି । ଦନ୍ତାର ମୃତ୍ୟୁ ବିଦ୍ୟୁତ ଆଘାତ ଦ୍ୱାରା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହି ଘଟଣାରେ ବନ୍ତଳା ବନାଞ୍ଚଳ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ଦନ୍ତା ହାତୀର ମୃତ୍ୟୁ: ବିଦ୍ୟୁତ ତାର ଲାଗି ମରିଥିବା ସୂଚନା - ବିଦ୍ୟୁତ ତାର ଲାଗି ମରିଥିବା ସୂଚନା
ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଦନ୍ତାର ମୃତ୍ୟୁ ବିଦ୍ୟୁତ ଆଘାତ ଦ୍ୱାରା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

ମିଳିଥିବା ସୂଚନା ଅନୁସାରେ ତଳଗଡ଼ ପଞ୍ଚାୟତର ଲୋକଙ୍କ ଚାଷ ଜମି, ଜଙ୍ଗଲକୁ ଲାଗି ରହିଛି । ଜଙ୍ଗଲି ପଶୁ ଅନେକ ସମୟରେ ଏହି ଚାଷ ଜମିକୁ ପଶି ଫସଲ ନଷ୍ଟ କରୁଥିବାବେଳେ କେତେକ ସମୟରେ ଲୋକେ ଏହି ଜନ୍ତୁ ମାନଙ୍କ ଦାଉରୁ ଫସଲ ରକ୍ଷା ପାଇଁ ବିଦ୍ୟୁତ ତାର ମାଧ୍ୟମରେ ବାଡ଼ ଦେଇଥାନ୍ତି । ତଳଗଡ଼ ଗାଁର ଯୋଗିନାଥ ପ୍ରଧାନ ନିଜର ଚାଷ ଜମିରେ ଫସଲ ରକ୍ଷା ପାଇଁ ବିଦ୍ୟୁତ ତାର ମାଧ୍ୟମରେ ବାଡ଼ ଦେଇଥିଲେ । ଫସଲ ଖାଇବାକୁ ଆସିଥିବାବେଳେ ଏକ ଦନ୍ତାହାତୀ ଦେହରେ ବିଦ୍ୟୁତ ଆଘାତ ଲାଗି ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଯୋଗିନାଥଙ୍କୁ ବନବିଭାଗ ଗିରଫ କରିଥିବା ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ