ଓଡିଶା

odisha

ETV Bharat / state

ଡଙ୍ଗା ବୁଡି 4 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି - ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ କୁନ୍ଦନଦେଇପୁର ଗ୍ରାମରେ ଡଙ୍ଗା ବୁଡି ଘଟଣା । ଡଙ୍ଗାରେ ଥିବା 9 ଜଣଙ୍କ ମଧ୍ୟରୁ 4 ଜଣ ନିଖୋଜ ଥିବା ବେଳେ 5 ଜଣ ପହଁରି କୂଳରେ ପହଞ୍ଚିଥିଲେ । ଘଟଣାରେ ନିଖୋଜ 4 ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 8, 2019, 10:56 AM IST

ଅନୁଗୋଳ: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି 4 ନିଖୋଜଙ୍କ ମିଳୁନି ପତ୍ତା । ଏବେ ବି ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ସୂଚନାନୁସାରେ, ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ କୁନ୍ଦନଦେଇପୁର ଗ୍ରାମରେ ଡଙ୍ଗା ବୁଡିଯାଇଥିଲା । ଏଥିରେ 4 ଜଣ ନିଖୋଜ ହୋଇଥିବାବେଳେ 5 ଜଣ ପାଣିରେ ପହଁରି କୂଳରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଡଙ୍ଗାରେ ମୋଟ 9 ଜଣ ଯାତ୍ରୀ ଥିଲେ । ତନ୍ମଧ୍ୟରୁ 6 ଜଣ ଖଡ଼ପ୍ରସାଦ ନିକଟସ୍ଥ ପ୍ଲାଣ୍ଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । 2 ଜଣ ଡଙ୍ଗା ଚାଳକ ଓ ଜଣେ ଛତୁ ବ୍ୟବସାୟୀ ଥିବା ଜଣାପଡିଛି । ନିଖୋଜ 4 ହେଲେ ରୋଡ଼ ଗ୍ରାମର ରାଜକିଶୋର ନାୟକଙ୍କ ପୁଅ ବିଜୟ ନାୟକ, ଦୁଷ୍ମନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ, ବିନୋଦ ସାହୁଙ୍କ ପୁଅ ରମେଶ ସାହୁ ଏବଂ କୁନ୍ଦନଦେଇପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ଵଜିତ ଆଚାର୍ଯ୍ୟ ।

ଉଦ୍ଧାର 5 ହେଲେ ଗଇଲୋ ଗ୍ରାମର ପ୍ରତାପ ସାହୁ, ରୋଡ଼ ଗ୍ରାମର ଅଜୟ ନାୟକ, ଲିପୁନ ସାହୁ ଏବଂ ଖଡପ୍ରସାଦ ଗ୍ରାମର ଦୁଇ ଡଙ୍ଗା ଚାଳକ ବାପା-ପୁଅ ଘନଶ୍ୟାମ ଜଟି । ପ୍ରତ୍ୟେକ ଦିନ ଭଳି ଡଙ୍ଗାଟି ଖଡପ୍ରସାଦ ଘାଟରୁ କୁନ୍ଦନଦେଇପୁର ଘାଟକୁ ଆସୁଥିଲା । ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ନଦୀର ଜଳ ଫୁଲି ଉଠିଥିଲା । ଫଳରେ ନଦୀ ମଧ୍ୟରେ ଯାଇଥିବା ଟିଭି କେବୁଲଟି ଜଳ ମଧ୍ୟରେ ବୁଡି ରହିଥିଲା । କେବୁଲ ତାର ଲାଗି ଡଙ୍ଗାଟି ଓଲଟି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ଟିମ୍‌ ଓ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details