ଓଡିଶା

odisha

By

Published : Oct 16, 2019, 7:37 PM IST

ETV Bharat / state

‘ଜୀବନ ବିନ୍ଦୁ’ରେ ବିଜେଡି ପାଳୁଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନୁଗୋଳ ସହରରେ ଆୟୋଜିତ ହୋଇଯାଇଛି ସ୍ବେଚ୍ଛାକୃତ ରକ୍ତଦାନ ଶିବିର। ଅଧିକ ଖବର ପଢନ୍ତୁ...

ଜୀବନ ବିନ୍ଦୁ ମାଧ୍ୟମରେ ବିଜେଡି ପାଳୁଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ଅନୁଗୋଳ: ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ବିଜେଡି ନେତାଙ୍କ ସମୂହ ଦୀପଦାନ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର । ଅନୁଗୋଳ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାବ୍ୟାପୀ ପାଳନ କରାଯାଇଛି ମୁଖ୍ୟମନ୍ତ୍ରୀଙ୍କ 74ତମ ଜନ୍ମଦିବସ ।

ଜୀବନ ବିନ୍ଦୁ ମାଧ୍ୟମରେ ବିଜେଡି ପାଳୁଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଅନୁଗୋଳ, ଛେଣ୍ଡିପଦା, ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ଆଦିରେ ରକ୍ତଦାନ ସହ ଦେବାଦେବୀ ମନ୍ଦିରରେ ପୂଜା ମଧ୍ୟ କରିଛନ୍ତି ବିଜେଡି କର୍ମୀ ଓ ନେତା।

ଜିଲ୍ଲାରେ 3ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଯୁବବହିନୀ, ଯୁବ BJD ଓ ଛାତ୍ର BJD କର୍ମୀ ମାନେ ଏହି ଶିବିରରେ ରକ୍ତଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା ସହ ସମସ୍ତେ ନିଜସ୍ବ ଆଗ୍ରହରେ ରକ୍ତଦାନ କରୁଛନ୍ତି । ଜୀବନ ବିନ୍ଦୁ ଓ ଜିଲ୍ଲା ରକ୍ତ ଭଣ୍ଡାର ମିଳିତ ସହଯୋଗରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଶିବିର ଆୟୋଜନ କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details