ଓଡିଶା

odisha

ETV Bharat / state

ତାଳଚେରରେ କୋଇଲା ଖଣି ବନ୍ଦ, ବିଜେଡିକୁ ଟାର୍ଗେଟ କଲା ବିଜେପି - ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ

ତାଳଚେର ଜେଲରେ ବିଚାରଧୀନ କଏଦୀ ଭାବେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ପରେ ସମସ୍ତ କୋଇଲା ଖଣି ଗୁଡିକ ଆଂଶିକ ବନ୍ଦକୁ ବିରୋଧ । ତୁରନ୍ତ ଖଣି ଖାଦାନ ଗୁଡ଼ିକୁ ସମ୍ପୂର୍ଣ୍ଣ ଚାଲୁ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ବିଜେପି । ଅଧିକ ପଢ଼ନ୍ତୁ

ତାଳଚେରରେ କୋଇଲା ଖଣି ବନ୍ଦ, ବିଜେଡିକୁ ଟାର୍ଗେଟ କଲା ବିଜେପି
ତାଳଚେରରେ କୋଇଲା ଖଣି ବନ୍ଦ, ବିଜେଡିକୁ ଟାର୍ଗେଟ କଲା ବିଜେପି

By

Published : Dec 4, 2022, 10:50 AM IST

ଅନୁଗୋଳ: ତାଳଚେର ଜେଲରେ ବିଚାରଧୀନ କଏଦୀ ଭାବେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ପରେ ସମସ୍ତ କୋଇଲା ଖଣି ଗୁଡିକ ଆଂଶିକ ବନ୍ଦକୁ ବିରୋଧ । ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ପ୍ରତିବାଦ କରାଯାଇଛି । ତୁରନ୍ତ ଖଣି ଖାଦାନ ଗୁଡ଼ିକୁ ସମ୍ପୂର୍ଣ୍ଣ ଚାଲୁ କରିବାକୁ ଦାବି କରିଛି ବିଜେପି ।

ତାଳଚେରରେ କୋଇଲା ଖଣି ବନ୍ଦ, ବିଜେଡିକୁ ଟାର୍ଗେଟ କଲା ବିଜେପି

ଅନୁଗୋଳ ଜିଲ୍ଲା ତାଳଚେରର ବିଚାରଧୀନ କଏଦୀ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ପରେ ସମସ୍ତ କୋଇଲା ଖଣି ଗୁଡିକ ଆଂଶିକ ବନ୍ଦକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହାର ପ୍ରତିବାଦ କରାଯାଇଛି । ଗତ (ଶୁକ୍ରବାର) ଠାରୁ ଡାକ୍ତରଙ୍କ ମୃତ୍ୟୁ ପରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ବଦଳି ଦାବି ଓ ତଦନ୍ତକାରୀ ଅଫିସରଙ୍କୁ ନିଲମ୍ବିତ କରିବା ପାଇଁ ଆନ୍ଦୋଳନ କରାଯାଇଥିଲା । ତେବେ ଏହି ଖଣି ବନ୍ଦ ଆନ୍ଦୋଳନ ତାଳଚେର ବିଜେଡି ପକ୍ଷରୁ କରାଯାଉଥିବା ନେଇ ଅଭିଯୋଗ କରିଛି ବିଜେପି । ଏହାସହ ତୁରନ୍ତ ଖଣି ଖାଦାନ ଗୁଡ଼ିକୁ ସମ୍ପୂର୍ଣ୍ଣ ଚାଲୁ କରିବାକୁ ବିଜେପି ଦାବି କରିଛି ।

ପ୍ରକାଶ ଥାଉକି, ନିଜ କ୍ଲିନିକରେ ଡାକ୍ତର ପ୍ୟାରୀମୋହନ ଜଣେ ନାବାଳିକାଙ୍କ ସହ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ଡାକ୍ତରଙ୍କୁ ଗିରଫ କରିଥିଲା ଅନୁଗୋଳ ଜିଲ୍ଲା ତାଳଚେର ପୋଲିସ । ତେବେ ଘଟଣାର ତଦନ୍ତ ନକରି ତରବରିଆ ଭାବେ ଡାକ୍ତରଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଥିଲେ ଲୋକେ । ଜେଲରେ ଡାକ୍ତରଙ୍କର ମୃତ୍ୟୁ ପରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଲୋକେ ଥାନା ଘେରାଉ କରିବା ସହ ଏସ୍‌ପି ଅଫିସ ଘେରାଉ କରିଥିଲେ । ମୃତ ଡାକ୍ତର ପ୍ୟାରୀମୋହନ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦାଦା ହୋଇଥିବାରୁ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଥିଲେ ବିଧାୟକଙ୍କ ସମର୍ଥକ । ଯାହାକୁ ନେଇ ତାଳଚେର ଓ ଅନୁଗୋଳରେ ପୋଲିସ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details