ଅନୁଗୋଳ: ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ବଢିଚାଲିଛି ପ୍ରତିବାଦ । ଘଟଣାକୁ 20ଦିନରୁ ଉର୍ଦ୍ଧ୍ବ ବିତିଯାଇଥିଲେ ମଧ୍ୟ ଏହି ବହୁ ଚର୍ଚ୍ଚିତ ଘଟଣା ଉପରୁ ରହସ୍ୟ ହଟୁନି । ପୋଲିସ ଏହାକୁ ପ୍ରେମଜନିତ ଆତ୍ମହତ୍ୟା କହିଥିବାବେଳେ ଏହାକୁ ମାନିବାକୁ ନାରାଜ ସ୍ମିତାରାଣୀଙ୍କ ପରିବାର ସମେତ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ଏହାକୁ ନେଇ ସାରା ରାଜ୍ୟରେ ଏବେ ପ୍ରତିବାଦର ବହ୍ନି ।
ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲାପାଳଙ୍କ ଅଫିସ ଘେରାଉ
ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସାରା ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଆଜି ଅନୁଗୋଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଯାଜପୁର ଏସପି ଓ ରାଜ୍ୟ ମହିଳା କମିଶନଙ୍କ ବହିଷ୍କାର ଦାବିରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲାପାଲଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ରଙ୍କ ସମେତ ବହୁ ମହିଳା କର୍ମୀ ଏଥିରେ ସାମିଲ ଥିଲେ । ପରେ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଲଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ