ଓଡିଶା

odisha

By

Published : Sep 8, 2021, 9:49 PM IST

ETV Bharat / state

'ପଛୁଆବର୍ଗଙ୍କୁ ଠକୁଛନ୍ତି ରାଜ୍ୟ ସରକାର'

ରାଜ୍ୟ ସରକାର ଅଢେଇ କୋଟି ଓବିସିମାନଙ୍କ ସହ ଖେଳ ଖେଳୁଛନ୍ତି ଏବଂ ସେମାନଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାର ଦେବାରେ ଅସମର୍ଥ ହୋଇଛନ୍ତି । ଅଭିଯୋଗ କଲେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି । ଅଧିକ ପଢନ୍ତୁ...

'ପଛୁଆବର୍ଗଙ୍କୁ ଠକୁଛନ୍ତି ରାଜ୍ୟ ସରକାର'
'ପଛୁଆବର୍ଗଙ୍କୁ ଠକୁଛନ୍ତି ରାଜ୍ୟ ସରକାର'

ଅନୁଗୋଳ:ରାଜ୍ୟ ସରକାର ଓବିସି ବିରୋଧୀ । ଅଢେଇ କୋଟି ଓବିସିମାନଙ୍କ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ଦେଶରେ ସମସ୍ତ ରାଜ୍ୟରେ ଓବିସିଙ୍କ ପାଇଁ ସବୁ କ୍ଷେତ୍ରରେ ସଂରକ୍ଷଣ ଲାଗୁ ହୋଇଥିବାବେଳେ ବିଜୁ ବାବୁଙ୍କ ଠାରୁ ନବୀନ ବାବୁଙ୍କ ପର୍ଯ୍ୟନ୍ତ ଆଜି ଯାଏଁ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ଦେବାରେ ଅସମର୍ଥ ହୋଇଛନ୍ତି । ଅନୁଗୋଳରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ।

'ପଛୁଆବର୍ଗଙ୍କୁ ଠକୁଛନ୍ତି ରାଜ୍ୟ ସରକାର'

ରାଜ୍ୟ ସରକାର ଓବିସିଙ୍କୁ ଦେବା ନେଇ କହୁଥିବାବେଳେ ୫୦ ଭାଗ ଭିତରେ ସଂରକ୍ଷଣ ସୀମା ସୀମିତ ରହିଛି । ଯଦି ଏସସିଏସଟିଙ୍କୁ ୩୮.୭୫ ଭାଗ ଦିଆଯାଏ ତେବେ ଓବିସିଙ୍କୁ କିଭଳି ତାଙ୍କ ୨୭ ଭାଗ ସଂରକ୍ଷଣ ମିଳିବ । ସେ ସମ୍ପର୍କରେ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ସୁରଥ ବିଶ୍ବାଳ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details