ଓଡିଶା

odisha

ETV Bharat / state

ଜଳ ସତ୍ୟାଗ୍ରହ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ବିଜେପି

ରେଙ୍ଗାଳୀ ବୁଡି କ୍ଷତିଗ୍ରସ୍ତ ପ୍ରଜା ସଂଘର ଜଳ ସତ୍ୟାଗ୍ରହ ପ୍ରସଙ୍ଗ । ଅନୁଗୋଳ ଗସ୍ତରେ ଥିବା ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ଅବଗତ କଲା ବିଜେପି । ଅଧିକ ପଢନ୍ତୁ

Rengali displaced Jal Satyagraha issue
Rengali displaced Jal Satyagraha issue

By ETV Bharat Odisha Team

Published : Dec 7, 2023, 10:38 PM IST

ଅନୁଗୋଳ:ରାଜ୍ୟପାଳ ରଘୁବର ଦାସ ଅନୁଗୋଳ ଜିଲ୍ଲା ଗସ୍ତରେ ରହିଛନ୍ତି । ଏହି ସମୟରେ ପାଳଲହଡ଼ା ସହର ଗୁରୁଜାଙ୍ଗ ସ୍ଥିତ ଦ୍ବିତୀୟ ଚିଲିକାରେ ରେଙ୍ଗାଳୀ ବୁଡି କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଦିଆଯାଇଥିବା ଜଳ ସତ୍ୟାଗ୍ରହ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଛି ବିଜେପି । ସଂଘ ବାରମ୍ବାର ଦାବି ପରେ ମଧ୍ୟ ସରକାରଙ୍କଠାରୁ ନିରାଶ ହୋଇଛନ୍ତି । ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଛି ବିଜେପି ।

ରେଙ୍ଗାଳୀ ବୁଡି କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଶତାଧିକ ବୁଡି ଅଞ୍ଚଳବାସୀ ଦୀର୍ଘ ୭ ଦିନ ଧରି ସାତ ଦଫା ଦାବି ନେଇ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ପାଣି ଭିତରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିବା ଫଳରେ ସ୍ବାସ୍ଥ୍ୟ ଖରାପ ହେବା ଆରମ୍ଭ ହେଲାଣି । ବହୁବାର ଦାବିପତ୍ର ଦେଇ ବାରମ୍ବାର ସରକାରଙ୍କଠାରୁ ନିରାଶ ହେଇ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି । ଯାହା ନେଇ ଅନୁଗୋଳ ଗସ୍ତରେ ଥିବା ରାଜ୍ୟପାଳଙ୍କୁ ଅବଗତ କରାଇଛି ବିଜେପି । ମୁଖ୍ୟମନ୍ତ୍ରୀ ୨୦୧୦ରେ ବର୍ଦ୍ଧିତ ଅନୁକମ୍ପାମୂଳକ ରାଶି ଏକର ପିଛା ୫୦ ହଜାର ଟଙ୍କା ଦେବା ପାଇଁ ଘୋଷଣl କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମିଳିନାହିଁ ।

ଏହା ବି ପଢନ୍ତୁ- ପଞ୍ଚମ ଦିନରେ ରେଙ୍ଗାଲି ବିସ୍ଥାପିତ ଜଳ ସତ୍ୟାଗ୍ରହ, ବହାରୁନି ସମାଧାନର ବାଟ

K2 ପଟ୍ଟା ବଦଳରେ ସ୍ଥାୟୀ ପଟ୍ଟା ପ୍ରଦାନ, ଜମି ଚିହ୍ନଟ କରିବା, ଖୁଣ୍ଟି ଉଠା ପଇସା ଦେବା, ଜନବସତି ସ୍ଥାନରେ ଦେବାଳୟ, ପୋଖରୀ, ବିଦ୍ୟାଳୟ, ବିଦ୍ୟୁତ, ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା, ପକ୍କା ରାସ୍ତା ନିର୍ମାଣ, ରାସନ କାର୍ଡ ପ୍ରଭୃତି ସାତ ଦଫା ଦାବି ରହିଛି । କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ଵରେ ରାଜ୍ୟପାଳ ରଘୁବର ଦାସଙ୍କୁ ନାଲକୋ ଅତିଥି ଭବନରେ ଭେଟି ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହା ସହ ପ୍ରଜା ମଣ୍ଡଳୀ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ ସହିତ ରାଜ୍ୟ ସରକାରଙ୍କୁ ଦାବି ପୂରଣ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି ବିଜେପି । ପ୍ରତିନିଧି ମଣ୍ଡଳୀରେ ବିଜେପି ନେତା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ନିର୍ଦ୍ଦେଶକ କାଳନ୍ଦି ସାମଲ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ବଜିତ ମିଶ୍ର ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details