ଓଡିଶା

odisha

ETV Bharat / state

ବିଜେଡି ଶାସନରେ ମହିଳା ଅସୁରକ୍ଷିତ: ଦିପ୍ତୀ ରାୱତ - ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା

ରାଜ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ୍ । ଦୁଇ ଦିନିଆ ଅନୁଗୋଳ ଗ୍ରସ୍ତରେ ଆସିଥିବା ବେଳେ ବିଭିନ୍ନ ଦଳୀୟ କାଯ୍ୟକ୍ରମରେ ଯୋଗ ଦେଇ ନବୀନ ସରକାରକୁ ସମାଲୋଚନା କରିଛନ୍ତି ( deepti rawat targets bjd ) । ଅଧିକ ପଢନ୍ତୁ

deepti rawat targets bjd
deepti rawat targets bjd

By

Published : Dec 23, 2022, 1:22 PM IST

deepti rawat targets bjd

ଅନୁଗୋଳ: ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି । ଏ ନବୀନ ସରକାର ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଛନ୍ତି । ମହିଳାଙ୍କୁ ସଶକ୍ତ କରିବା ପାଇଁ ସେ କୌଣସି କାର୍ଯ୍ୟ କରୁନାହାନ୍ତି । ଏମିତି କିଛି କହି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ୍ । ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଆସିଥିବା ବେଳେ ବିଭିନ୍ନ ଦଳୀୟ କାଯ୍ୟକ୍ରମରେ ଯୋଗ ଦେଇ ନବୀନ ସରକାରକୁ ସମାଲୋଚନା କରିଛନ୍ତି ।

ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ୍ ଓ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଗୁରୁବାର ଅନୁଗୋଳ ଗସ୍ତ କରିଥିଲେ । ଜିଲ୍ଲାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଦିପ୍ତୀ ରାୱତ୍ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । 22ବର୍ଷ ଧରି ଚାଲିଥିବା ସରକାରରେ ମହିଳାମାନେ ଆଜି ଅସୁରକ୍ଷିତ । କ୍ରମାଗତ ଭାବେ ଦ୍ରୁତ ଗତିରେ ମହିଳାଙ୍କ ଉପରେ ଅତ୍ୟାଚାର ଏ ରାଜ୍ୟରେ ବଢ଼ି ଚାଲିଛି ବୋଲି କହି ସରକାରଙ୍କୁ ବାଣ ମାରିଥିଲେ ଦିପ୍ତୀ ରାୱତ ।

ଏହା ବି ପଢନ୍ତୁ...ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଦିପ୍ତି ରାୱତ୍ ପ୍ରଥମେ ଅଙ୍ଗନବାଡିକର୍ମୀଙ୍କ ଧାରଣା ସ୍ଥଳକୁ ଯାଇ ସେମାନଙ୍କ ସହ ଆଲୋଚନା କରିବା ପରେ ସେଠାରୁ କୋଶଳା ଯାଇ ମା' ରାମଚଣ୍ଡୀ ଦର୍ଶନ କରିଥିଲେ । ଏହାପରେ ଆଇନ ପ୍ରଣେତା ବି ଆର ଆମ୍ବେଦକର, ପବିତ୍ର ମୋହନ ପ୍ରଧାନ ଏବଂ ସହିଦ ଅରୁଣ ଗଡ଼ନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସହ ଛେଣ୍ଡିପଦାରେ ସହିଦ ଅରୁଣ ଗଡ଼ନାୟକଙ୍କ ପରିବାରଙ୍କୁ ଭେଟିଥିଲେ । ସେଠାରୁ ଆସି ଅନୁଗୋଳ ପୌରପାଳିକାର 12 ୱାର୍ଡରେ ଥିବା ଦଳିତ ପରିବାର ଶାନ୍ତି ନାଏକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବା ପରେ ଜିଲ୍ଲାରେ ଥିବା କିନ୍ନରମାନଙ୍କ ସହ ଆଲୋଚନା କରିଥିଲେ । ଏଭଳି ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଆଜି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି । ଏ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସହ ପ୍ରଭାରୀ ଦିଲ୍ଲୀପ ପ୍ରଧାନ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦିକା ସୁଚିସ୍ମିତା ତ୍ରିପାଠୀ ଓ ଶୋଭାଗିନ ପ୍ରଧାନ, ଜିଲ୍ଲା ଉପ ସଭାନେତ୍ରୀ ସରିତା ମିଶ୍ର, ପ୍ରମୁଖଙ୍କ ସହ ଅନ୍ୟ ମହିଳାନେତ୍ରୀ ମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details