ଅନୁଗୋଳ:ମମିତା ମେହେର ହତ୍ୟାକାଣ୍ଡରେଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ନେଇ ଅନୁଗୋଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି କର୍ମୀମାନେ SP ଅଫିସ ଘେରାଉ କରିବା ସହ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ବିଜେପି କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ମହାଲିଙ୍ଗ ସନସାଇନ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିଛି ବିଜେପି । ଏହାସହ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି।
ଅନୁଗୋଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ଷ୍ଟାଡିୟମରୁ ଏକ ଶୋଭାଯାତ୍ରାରେ ବାହାରି ଏସପି ଅଫିସ ନିକଟରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା କ୍ଷଣି ବିଜେପି କର୍ମୀମାନେ ବିକ୍ଷୋଭ ଆରମ୍ଭ କରି ଦେଇଥିଲେ । ଏସ୍ପି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଦୀର୍ଘ ସମୟ ଧରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ ।