ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର 14 ପ୍ରଶ୍ନ, ଉତ୍ତର ନଦେଲେ ହେବ ତୀବ୍ର ବିରୋଧ - ଅନୁଗୋଳ ବିଜେପି ସାମ୍ବାଦିକ ସମ୍ମିଳନୀ

ଅନୁଗୋଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ଜିଲ୍ଲା ବିଜେପି ଖପ୍ପା । ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି 14ଟି ପ୍ରଶ୍ନ । ଅନୁଗୋଳକୁ ଆସିବା ପୂର୍ବରୁ ବିଜେପି ପ୍ରଶ୍ନର ଉତ୍ତର ଦେବାକୁ ବିଜେପି କହିଛି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର 14 ପ୍ରଶ୍ନ, ଉତ୍ତର ନଦେଲେ ହେବ ତୀବ୍ର ବିରୋଧ
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର 14 ପ୍ରଶ୍ନ, ଉତ୍ତର ନଦେଲେ ହେବ ତୀବ୍ର ବିରୋଧ

By

Published : Nov 18, 2021, 10:05 PM IST

ଅନୁଗୋଳ: ନଭେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଗସ୍ତ କରିବେ । ଏହାକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ଶିକ୍ଷୟିତ୍ରୀ ମମିତା ମେହେର ଘଟଣାରେ ସମ୍ପୃକ୍ତ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ଆସନ୍ତୁ ବୋଲି କହିଛି ବିଜେପି । ନଚେତ ବିଜେପିର ଦୃଢ଼ ବିରୋଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର 14 ପ୍ରଶ୍ନ, ଉତ୍ତର ନଦେଲେ ହେବ ତୀବ୍ର ବିରୋଧ

ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ଏଭଳି ଚେତାବନୀ ଦେଇଛି । ଆଜି ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀ । ଏଥିରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ରାଜ୍ୟ ଓବିସି ସେଲ ସଭାପତି ପ୍ରତାପ ପ୍ରଧାନଙ୍କ ସମେତ ବହୁ ପୁରୁଖା ନେତା ଯୋଗ ଦେଇଥିଲେ ।

ମମିତା ମେହେର ହତ୍ୟାକାଣ୍ଡରେ ଅଦ୍ୟାବଧି କୌଣସି ତଦନ୍ତ ଠିକ୍‌ ଢଙ୍ଗରେ ହେଉନଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ଅନୁଗୋଳ ଆସିବା ପୂର୍ବରୁ CBI ତଦନ୍ତ ପାଇଁ ସୁପାରିଶ କରନ୍ତୁ ବୋଲି କହିଛି ବିଜେପି । ଅନୁଗୋଳ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ବ୍ୟାପକ ଦୁର୍ନୀତି, ମନଇଛା ପ୍ରକଳ୍ପ କରିବା, ଲୋକଙ୍କ ଆବଶ୍ୟକ ନଥାଇ ଶାସକ ଦଳର ଠିକାଦାର ପୋଷିବା ଭଳି ପ୍ରକଳ୍ପ କରିବା, ଟେଣ୍ଡର ନକରି ଡ଼ିପାର୍ଟମେଣ୍ଟାଲ କରି ଶାସକ ଦଳର କର୍ମୀଙ୍କ ଦ୍ବାରା କାର୍ଯ୍ୟ କରାଇବା, ଜିଲ୍ଲା ପରିଷଦ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଗ୍ରାମସଭା, ପଲ୍ଲୀସଭା ଦ୍ଵାରା ନିଆ ଯାଇଥିବା ପ୍ରକଳ୍ପ ତଥା ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନେ ଦେଇ ଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ଅଣଦେଖା କରିବା ଏବଂ ସମସ୍ତ ନୀତି ନିୟମକୁ ନମାନି କାର୍ଯ୍ୟକରିବାକୁ ବିଜେପି ନିନ୍ଦା କରିଛି । ଏହାସହ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟ ବିରୁଦ୍ଧରେ ସିଏଜି ଅଡିଟ ପାଇଁ ଦାବି କରିଛି ବିଜେପି ।

ମୋ ସ୍କୁଲ ଅଭିଯାନରେ ଜିଲ୍ଲାର ୧୩୮ଟି ସ୍କୁଲକୁ ୬୦ଲକ୍ଷ ଟଙ୍କାରୁ ଅଧିକ ଆସିଥିବାବେଳେ ସ୍କୁଲ ପରିଚାଳନା କମିଟି ତଦାରଖରେ ଟେଣ୍ଡର କରି ସଠିକ ଭାବେ କାର୍ଯ୍ୟ କରିବା ନିୟମ ରହିଛି । ତାହା ବଦଳରେ ବିନା ଟେଣ୍ଡରରେ ଶାସକ ଦଳର କର୍ମୀଙ୍କୁ ଠିକା ଦେଇ ଦଳୀୟ ପାଣ୍ଠି ଯୋଗାଡ଼ କରୁଛି ଶାସକ ଦଳ। ତେଣୁ ଏସବୁର ଜବାବ ନଦେଲେ ମୁଖ୍ୟମନ୍ତ୍ରୀଙ୍କୁ ଦୃଢ଼ ବିରୋଧ କରିବାକୁ ବିଜେପି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details