ଅନୁଗୋଳ:ସରିଲା ପ୍ରଚାର, କ୍ଷମତା ଦଖଲ ଆଶାରେ ବିଜେପି । ଅନୁଗୋଳ ଜିଲାର ଦୁଇ ପୌରାଞ୍ଚଳ ଓ ଗୋଟିଏ NAC ଦଖଲ ପାଇଁ ରଣନୀତି । ପ୍ରଚାରର ଶେଷ ଦିନରେ ଅନୁଗୋଳ ପୋୖର ପାଳିକାରେ ବିଜେପି କରିଛି ଶକ୍ତି ପ୍ରଦର୍ଶନ। ଆଜି ପୋୖର ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିବାବେଳେ ଭୋଟରଙ୍କୁ ମନେଇବା ପାଇଁ ଶେଷ ସୁଯୋଗର ହାତ ଛଡା କରି ନାହିଁ ବିଜେପି।
ULB Polls: ପ୍ରଚାରର ଶେଷ ଦିନରେ ଅନୁଗୋଳରେ BJPର ଶକ୍ତି ପ୍ରଦର୍ଶନ - ଅନୁଗୋଳ ଜିଲ୍ଲାରେ ବିଜେପିର ପ୍ରଚାର
ଅନୁଗୋଳ ଜିଲ୍ଲାର ଦୁଇ ପୌରାଞ୍ଚଳ ଓ ଗୋଟିଏ NAC ଦଖଲ ପାଇଁ ରଣନୀତି। ପ୍ରଚାରର ଶେଷ ଦିନରେ ବିଜେପି କରିଛି ଶକ୍ତି ପଦର୍ଶନ। ଅଧିକ ପଢନ୍ତୁ
ସରୁଛି ପ୍ରଚାର , କ୍ଷମତା ଦଖଲ ଆଶାରେ ବିଜେପି
ସରୁଛି ପ୍ରଚାର , କ୍ଷମତା ଦଖଲ ଆଶାରେ ବିଜେପି
ଅନୁଗୋଳ ନଗରପାଳ ପାର୍ଥୀ ଦିଲ୍ଲୀପ ପ୍ରଧାନଙ୍କ ସହ ପୋୖର ପାଳିକାର ସମସ୍ତ ୨୩ କାଉନସିଲର ଖୋଲା ଜିପରେ ନଗର ବୁଲିଛନ୍ତି । ବିଜେପି ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ଶୋଭାଯାତ୍ରରେ ପ୍ରତେକ ୱାର୍ଡ ବୁଲି ଜନସମର୍ଥ ଯୋଗାଡ଼ କରୁଛନ୍ତି । ଏଥର ଲୋକେ ପରିବର୍ତ୍ତନ ଚାହିଁଛନ୍ତି ତେଣୁ ପରିବର୍ତ୍ତନର ବିକଳ୍ପ ବିଜେପି ତେଣୁ ବିଜେପି ଏଥର ଅନୁଗୋଳ ପୋୖର ପରିଷଦ ଦଖଲ କରିବ ବୋଲି ନେତାଏ ଆଶା ରଖିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ