ଓଡିଶା

odisha

ETV Bharat / state

୮ରୁ ୭ଟି ବ୍ଲକ ଅଧ୍ୟକ୍ଷ ପଦ ହାତେଇଲା BJD, ଗୋଟିଏରେ BJP - ଅନୁଗୋଳ ବ୍ଲକ ଅଧକ୍ଷ ପଦ ନିର୍ବାଚନ ଖବର

ଅନୁଗୋଳ ଜିଲ୍ଲାରେ ଥିବା ଆଠଟି ଯାକ ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟରୁ 7ଟି ଯାଇଛି ଶାସକ ବିଜେଡି ହାତକୁ । କେବଳ ଆଠମଲ୍ଲିକ ବ୍ଲକରେ ବିଜେପି ସମର୍ଥିତ ପାର୍ଥୀ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ

୮ରୁ ୭ଟି ବ୍ଲକ ଅଧକ୍ଷ ପଦ ହାତେଇଲା ବିଜେଡି, ଗୋଟିଏରେ ବିଜେପି
୮ରୁ ୭ଟି ବ୍ଲକ ଅଧକ୍ଷ ପଦ ହାତେଇଲା ବିଜେଡି, ଗୋଟିଏରେ ବିଜେପି

By

Published : Mar 12, 2022, 9:20 PM IST

ଅନୁଗୋଳ: ଆଜି(ଶନିବାର) ବିଭିନ୍ନ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅନୁଗୋଳ ଜିଲ୍ଲାରେ ମଧ୍ୟ ୮ଟି ଯାକ ବ୍ଲକ ଅଧ୍ୟକ୍ଷ ପାଇଁ ସମସ୍ତ ବ୍ଲକ କାର୍ଯ୍ୟାଳୟ ଗୁଡିକରେ ଭୋଟ ଗ୍ରହଣ କରାଯାଇଥିଲା । ଜିଲ୍ଲାର କେବଳ ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ପଦବିଟି ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । କିନ୍ତୁ, ଅନ୍ୟ ୭ଟି ଯାକ ବ୍ଲକ ଅଧ୍ୟକ୍ଷ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ ।

୮ରୁ ୭ଟି ବ୍ଲକ ଅଧକ୍ଷ ପଦ ହାତେଇଲା ବିଜେଡି, ଗୋଟିଏରେ ବିଜେପି

ବିଜେଡି ସମର୍ଥିତ ଅନୁଗୋଳ ବ୍ଲକ ଅଧ୍ୟକ୍ଷ ଭାବେ ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ଭାବେ ବିଜୟ ନାଥ, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଭାବେ ସୁମିତ୍ରା ସାହୁ, କଣିହାଁ ବ୍ଲକ ଅଧ୍ୟକ୍ଷ ଭାବେ ରାମକୃଷ୍ଣ ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷ ଭାବେ ହେମାଲତା ମହାନ୍ତି, କିଶୋରନଗର ବ୍ଲକ ଅଧ୍ୟକ୍ଷ ଭାବେ ସୈରେନ୍ଦ୍ରୀ ପ୍ରଧାନ ଏବଂ ପାଲଲହଡା ବ୍ଲକ ଅଧ୍ୟକ୍ଷ ଭାବେ ରିନାରାଣୀ ନାଏକ ନିର୍ବାଚିତ ହୋଇଛନ୍ତି । କେବଳ ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଭାବେ ବିଜେପି ସମର୍ଥିତ ଦୁଃଶାସନ ରାଉଳ ନିର୍ବାଚିତ ହୋଇଛନ୍ତି । ଏଭଳି ବିପୁଳ ବିଜୟ ଯୋଗୁଁ ବିଜେଡି ବିଜୟ ଉତ୍ସବ ପାଳନ କରିଛି । ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ଆଗରେ ବାଣ ଫୁଟାଇ ଡିଜେ ବଜାଇ ନାଚିବା ସହିତ ମିଠା ବଣ୍ଟନ କରିଥିଲେ ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details