ଓଡିଶା

odisha

ETV Bharat / state

ଆଉ ବନ୍ୟାଞ୍ଚଳ ହେବ ନାହିଁ ବିଛିନ୍ନ ଅଞ୍ଚଳ, ପ୍ରତିଶ୍ରୁତି ଦେଲେ ନଳିନୀ - ବନ୍ୟା ଅଞ୍ଚଳ

ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ତଥା ବରିଷ୍ଠ ବିଜେଡି ନେତା ନଳିନୀ ପ୍ରଧାନ ଆଜି ଆଠମଲ୍ଲିକ ଉପଖଣ୍ଡ ଚାରୋଟି ବନ୍ୟାଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ବୁଝିଥିଲେ । ଅଧିକ ପଢନ୍ତୁ

Nalini Pradhan visit flood hit area discuss about flood situation
ଆଉ ବନ୍ୟା ଅଞ୍ଚଳ ହେବ ନାହିଁ ବିଛିନ୍ନ ଅଞ୍ଚଳ,ପ୍ରତିଶ୍ରୁତି ଦେଲେ ନଳିନୀ

By

Published : Aug 30, 2022, 9:29 AM IST

ଅନୁଗୋଳ:ବନ୍ୟା ପରେ ବି ସୁଧୁରିନି ବିପନ୍ନଙ୍କ ଅବସ୍ଥା । ବନ୍ୟା ସିନା ଛାଡି ଯାଇଛି କିନ୍ତୁ ତାଙ୍କ ସମସ୍ୟାର ସମାଧାନ ହେଉନି । ଯାହାର ସ୍ଥାୟୀ ସମାଧାନ ପାଇଁ ଲୋକଙ୍କ ପାଖକୁ ଯାଇ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ତଥା ବିଜେଡି ନେତା ନଳିନୀ ପ୍ରଧାନ । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର ବିନିକେଇ ଅଞ୍ଚଳର ଚାରୋଟି ପଞ୍ଚାୟତ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ।

ଆଉ ବନ୍ୟା ଅଞ୍ଚଳ ହେବ ନାହିଁ ବିଛିନ୍ନ ଅଞ୍ଚଳ,ପ୍ରତିଶ୍ରୁତି ଦେଲେ ନଳିନୀ

ସୂଚନା ଅନୁସାରେ, ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ତଥା ବରିଷ୍ଠ ବିଜେଡି ନେତା ନଳିନୀ ପ୍ରଧାନ ଆଜି ଆଠମଲ୍ଲିକ ଉପଖଣ୍ଡ ଚାରୋଟି ବନ୍ୟାଞ୍ଚଳ ବୁଲି ଦେଖିଥିଲେ । ସେ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କୁ ସାଥିରେ ନେଇ ପଇଞ୍ଚକୁଳ ଅଞ୍ଚଳର ଅଏଡା, ଲୁହାସିଙ୍ଗା ଓ ଜାମୁଡୋଲୀ ପଞ୍ଚାୟତ ଗସ୍ତ କରିଥିଲେ । ଆଠମଲ୍ଲିକରେ ବନ୍ୟା ସ୍ଥିତି ଉପୁଜିଲେ ଏହି ତିନୋଟି ଗାଁର 26ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ତେବେ କିଭଳି ସେ ସବୁ ପଞ୍ଚାୟତକୁ ଯୋଗାଯୋଗ କରୁଥିବା ରାସ୍ତାର ଉଚ୍ଚତା ବୃଦ୍ଧି କରିହେବ ସେ ନେଇ ସେ ଲୋକଙ୍କ ସହ ଆଲୋଚନା କରିଥିଲେ ।

ଏହା ବ୍ୟତୀତ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଇ ଲୋକଙ୍କୁ ବନ୍ୟାରେ ଗମନାଗମନ ସୁବିଧା ଯୋଗାଇ ଦେଇ ହେବ ସେ ନେଇ ଆଲୋଚନା କରିଥିଲେ ନଳିନୀ । ତାଙ୍କର ଏହି ଗ୍ରସ୍ତ ସମୟରେ ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ଯୁବ ବିଜେଡି ନେତା ମହେନ୍ଦ୍ର ସାହୁ, ଏନଏସି ଅଧକ୍ଷା ଆଶାକୁମାରୀ ସାହୁ, ଉପାଧକ୍ଷ ଗଦାଧର ସ୍ବାଇଁ, ଓକିଲ ସଙ୍ଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।

ମହାନଦୀରେ ବନ୍ୟା ଆସିଲେ ଏହି ସବୁ ଗାଁ ଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡେ । ତେଣୁ କିଭଳି ରାସ୍ତା ଗୁଡିକର ଉଚ୍ଚତା ବୃଦ୍ଧି କରାଯିବ ସେଥିପାଇଁ ସେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ଲୋକଙ୍କୁ କହିଥିଲେ । ଏଥିସହ ବନ୍ୟା ପ୍ଲାବିତ ଅଞ୍ଚଳ ଗୁଡିକରେ ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ପ୍ରଶାସନ ସହ ଆଲୋଚନା କରି ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details