ଅନୁଗୋଳ:ଧରାବତରଣ କରିଛନ୍ତି ଦେବ ଶିଳ୍ପୀ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ଓଡିଶାର ଆଲୁମିନିୟମ ନଗରୀ ନାଲକୋ । ନାଲକୋର ବିଶ୍ଵକର୍ମା ପୂଜା ଓଡିଶା ପ୍ରସିଦ୍ଧ । ପୂଜାକୁ ଆକର୍ଷଣୀୟ କରୁଛି ଭଳିକି ଭଳି ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜା । ଆଉ ଏହାରି ମଧ୍ୟରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ଏଥର ନାଲକୋ ନଗରର ୧୯ଟି ପୂଜା ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଛି ।
ତେବେ ନିର୍ଦ୍ଧାରିତ ସମୟରେ ପାଖ ଜଳାଶୟରୁ ଗଙ୍ଗା ଆବାହନ ପରେ କରାଯାଇଛି ବିଶ୍ୱ ବିନ୍ଧାଣିଙ୍କ ଆବାହନ । ମନ୍ତ୍ର ଧ୍ବନିରେ କମ୍ପୁଛି ଚତୁର୍ଦ୍ଦିଗ । ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପୂଜା ଉତ୍ସବ । କାହିଁ କେତେଆଡୁ କେତେ ଦର୍ଶକ ଛୁଟି ଆସିବେ ନାଲକୋ ନଗରକୁ । ନାଲକୋ ପ୍ଲାଣ୍ଟର ଉଭୟ CPP ଓ ସ୍ମେଲ୍ଟର ବିଭିନ୍ନ ବିଭାଗ ପକ୍ଷରୁ ୧୯ଟି ମଣ୍ଡପରେ ବିଶ୍ୱକର୍ମାଙ୍କୁ ପୂଜା କରାଯାଉଛି । ଭଳିକି ଭଳି ତୋରଣ ସାଙ୍ଗକୁ ମୂର୍ତ୍ତି ସାଜସଜା ଦର୍ଶକଙ୍କୁ ଆକୃଷ୍ଟ କରିଛି । ଏଥର କାଷ୍ଟ ହାଉସ A ଇନ୍ଦ୍ରପୁରୀ ଶୈଳିରେ ତ୍ୱରଣ ନିର୍ମାଣ କରିଥିବା ବେଳେ ପଟ-ଲାଇନ ବୃଦ୍ଧବନରେ ନିର୍ମାଣ ଧୀନ ଇସ୍କନ ମନ୍ଦିର ଶୈଳିରେ ତ୍ୱରଣ ନିର୍ମାଣ କରିଛି । ଯେଉଁ ମନ୍ଦିର ଆସନ୍ତା 2025ରେ ଲୋକାର୍ପଣ ହେବ ସେଇ ଶୈଳୀରେ ତୋରଣ ନିର୍ମାଣ କରିଛି ଏହି ପୂଜା କମିଟି । ସେହିପରି ସବୁ ତୋରଣ ଓ ମୂର୍ତ୍ତି ସାଜସଜା ଆଖି ଝଲସି ଯିବା ଭଳି ନିର୍ମାଣ ହୋଇଛି । 3 ବର୍ଷ ବ୍ୟବଧାନ ପରେ ଏଥର ପୂଜା ଧୁମଧାମରେ ହେଉଥିବାରୁ ସବୁ ମଣ୍ଡପ ସାଜସଜା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।