ଓଡିଶା

odisha

ETV Bharat / state

କୋଇଲା ଖଣି ମାଟି ଧସିବା ଘଟଣାରେ ମ୍ୟାନେଜର ନିଲମ୍ବିତ - soil sliding

ଭରତପୁର କୋଇଲା ଖଣି ମାଟି ଧସିବା ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ମ୍ୟାନେଜର ଭି କେ ସିଂଙ୍କୁ କରାଯାଇଛି ନିଲମ୍ବିତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jul 27, 2019, 9:08 PM IST

ଅନୁଗୋଳ: ଭରତପୁର କୋଇଲା ଖଣି ମାଟି ଧସିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ । କୋଇଲା ଖଣିର ମ୍ୟାନେଜରଙ୍କୁ ନିଲମ୍ବିତ କରାଯାଇଛି । ଦାୟିତ୍ୱରେ ଅବହେଳା କାରଣରୁ ନିଲମ୍ବନ କରିଛନ୍ତି ମହାନଦୀ କୋଲ୍ଡ ଫିଲ୍ଡ୍ର ସିଏମଡି।

ମ୍ୟାନେଜର ଭି କେ ସିଂଙ୍କ ନିଲମ୍ବନକୁ ନେଇ କମ୍ପାନୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରକାଶଥାଉକି, ମଙ୍ଗଳବାର ରାତିରେ କୋଇଲା ଖଣିରେ ବ୍ଲାଷ୍ଟିଂ ହୋଇ ପ୍ରାୟ 500 ମିଟର ଫୁଟ ଉପରୁ ବିରାଟ ମାଟି ଅତଡା ଖସି ପଡିଥିଲା । ଫଳରେ 13 ଜଣ ଶ୍ରମିକ ମାଟି ତଳେ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ 9 ଜମ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ 4 ଜଣ ଶ୍ରମିକ ନିଖୋଜ ଥିଲେ ।

ପ୍ରକାଶ ଯେ, ବର୍ତ୍ତମାନ ସୁଦ୍ଧା ଏହି 3ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗୋଟିଏ ମୃତଦେହ ଉଦ୍ଧାର ହୋଇ ପାରିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଚନ ନାଥ, ଇଟିଭି ଭାରତ

ABOUT THE AUTHOR

...view details